ବାଙ୍କୀ କଲେଜ ରୋଭର ରେଞ୍ଜର ସଂସ୍ଥା ତରଫରୁ ପଟ୍ଟଚିତ୍ର ଓ କାନଭାସ୍ ଚିତ୍ରାଙ୍କନ ତାଲିମ୍ ଶିବିର
ବାଙ୍କୀ----ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରୋଭର ଓ ରେଞ୍ଜର ସଂସ୍ଥା ଆନୁକୁଲ୍ୟରେ ଚାଲୁଥିବା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ପଟ୍ଟଚିତ୍ର ଓ କାନ୍ଭାସ୍ ଚିତ୍ର ଅଙ୍କନତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ସଭାର ଆୟୋଜନ କରାଯାଇଥିଲା। କଲେଜର ଅଧ୍ୟକ୍ଷ କ୍ୟାପଟେନ୍ ଭବାନୀ ପ୍ରସାଦ ହୋତା ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ। ରୋଭର ଲିଡର ଭୂପତି ଭୂଷଣ ପ୍ରଧାନ ସ୍ୱାଗତ ଭାଷଣ ଦେବା ସହ ଶିବିର ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବେ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ତାଲିମ୍ ଶିବିରର ସଫଳତା କାମନା କରିଥିଲେ । ମୁଖ୍ୟ ବକ୍ତାଭାବେ ଡକ୍ଟର ମୁରଲୀଧର ରଥ ଯୋଗଦାନ କରି ପଟ୍ଟଚିତ୍ର ଏବେ ଏକ କୁଟୀର ଶିଳ୍ପ ଭାବେ ପରିଗଣିତ ହେବା ସହ ରୋଜଗାରର ମାଧ୍ୟମ ହୋଇ ପାରିଛି ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପିକା ଗାୟତ୍ରୀ ନାୟକ ଓ ପ୍ରାଧ୍ୟାପକ ପ୍ରମୋଦ କୁମାର ପଣ୍ଡା ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଶିକ୍ଷକ ଭାବେ ପ୍ରଶାନ୍ତ କୁମାର ସାମନ୍ତରାୟ ଯୋଗଦାନ କରି ତାଲିମ୍ ପ୍ରଦାନ କରିଥିଲେ । ରେଞ୍ଜର ଲିଡର ଅଧ୍ୟାପିକା ଦେବସ୍ମିତା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୪/୧୨/୨୦୨୨----୧୨,୨୦ Sakhigopal News,4/12/2022