ରାଜ୍ୟ ବହୁମୁଖି ସ୍ଵାସ୍ଥ୍ୟ କର୍ମୀ ମହାସଂଘ ର କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା
ସାକ୍ଷୀଗୋପାଳ ---- ଓଡ଼ିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମହିଳା , ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ପୁରୁଷ , ବହୁମୂଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଓ ବହୁମୂଖୀ ମହିଳା ସ୍ୱାସ୍ଥ୍ୟ ପରିଦର୍ଷିକା ରହିଛନ୍ତି। ଦୀର୍ଘଦିନ ଧରି ସେମାନଙ୍କର ନାର୍ଯ୍ୟ ଦାବୀରୁ ବଞ୍ଚିତ ରହିଛନ୍ତି। କ୍ୟାଡ଼ର୍ ପୁନର୍ଗଠନ ପ୍ରକ୍ରିୟାରେ ସରକାର ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି ଓ ଯେଉଁ ଅସନ୍ତୋଷର ବହ୍ନି ଏଇ ତୃଣମୂଳରେ କାର୍ଯ୍ୟରତ ୨୦,୦୦୦ ବହୁମୂଖୀ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପରୋକ୍ଷ ଭାବରେ ଆନ୍ଦୋଳନ କରିବାକୁ ବାଧ୍ୟ କରିଛି ।
ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳରେ ୪ ରୁ ୮ ଟି ପଦୋନ୍ନତି ପାଉଥିବା ବେଳେ ଏହି ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମାନେ ମାତ୍ର ଗୋଟିଏ ପଦୋନ୍ନତି ପାଉଛନ୍ତି। ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଆମ ରାଜ୍ୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଦାବୀ ପୂରଣ କ୍ଷେତ୍ରରେ ପ୍ରତିଶ୍ରୁତି ଦେବା ପରେ ଆମେ ୨୦୦୦୦ ସ୍ବାସ୍ଥ୍ୟ କର୍ମୀ ଟୀକା ଗ୍ରହଣ କରିଥିଲୁ ।ଇତି ମଧ୍ୟରେ ବିଭିନ୍ନ ପ୍ରକାରର ନିର୍ଦ୍ଦେଶାଳୟ କୁ କ୍ରମାଗତ ଅନୁସନ୍ଧାନ ଚିଠି କରିବା ପରେ ସ୍ବାସ୍ଥ୍ୟ ବିଭାଗ ରେ ଆମ ଫାଇଲ୍ ସ୍ଥିର ହୋଇ ରହିଯାଇଛି । ଏହା ମଧ୍ୟରେ ସ୍ବାସ୍ଥ୍ୟ ବିଭାଗ ଅଧିନରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କ କ୍ୟାଡ଼ର୍ ପୁନର୍ଗଠିତ ହୋଇ ଥିଲେ ମଧ୍ୟ ଆମେ ସେଇ ଅବହେଳିତ ଅବସ୍ଥାରେ ରହି ଯାଇଛୁ ।ଏଣୁ ରାଜ୍ୟ ସରକାରଙ୍କ ନିକଟରେ ଆମ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ମୂଖ୍ୟ ୫ ଦଫା ଦାବୀ ଉପସ୍ଥାପନ କରୁଛୁ।ବିଭିନ୍ନ ବିଭାଗ ଅଧିନରେ ଥିବା ସମସ୍ତ କର୍ମଚାରୀ ପରି ଆମ ବହୁମୁଖି ସ୍ଵାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ କରି ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ମାନଙ୍କ ଚାକିରୀ କାଳରେ ସର୍ବନିମ୍ନ ୪ ଟି ପଦୋନ୍ନତି ଦିଆଯାଉ ।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତା- ୦୩-୧୧-୨୦୨୦ ରିଖ ରେ ପ୍ରକାଶିତ ବିଜ୍ଞପ୍ତି କୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ ପେ ୪୨୦୦/-##୪୬୦୦/-##୪୮୦୦/- ଆର୍ .ଏ .ସି .ପି. ଆକାରରେ ପ୍ରଦାନ କରାଯାଉ । ୨୦୧୩ ମସିହାରେ ଜି. ଏ. ଓ ପି .ଜି. ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ତାର ବିକଳ୍ପରେ ଠିକା ଚାକିରୀ କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥାକୁ ଉଚ୍ଛେଦ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି,ସେଇ ନିର୍ଦ୍ଧେଶ ଆମ ବିଭାଗ ଅଧିନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ (୨୦୦୪ ରୁ ୨୦୧୩ ମଧ୍ୟରେ ଓ ଆର୍ ଭି ଆକ୍ଟ ରେ ଠିକା ଚାକିରୀ କରିଥିବା ବହୁମୁଖୀ ସ୍ବାସ୍ଥ୍ୟ କର୍ମୀ ମାନଙ୍କ ପାଇଁ) ଉଦ୍ଧିଷ୍ଟ କରାଯାଉ , ଯଦ୍ୱାରା ପୂର୍ବରୁ କରି ଆସିଥିବା ଠିକା ଚାକିରୀ କାର୍ଯ୍ୟକାଳକୁ ମୂଳ ଚାକିରୀରେ ଗଣନାକରି ୬ ଟି ନୋଷ୍ଣାଲ ଇନକ୍ରୀମେଣ୍ଟ ଦିଆଯାଇ ଦରମା ବୃଦ୍ଧି କରାଯିବା ପାଇଁ ଦାବି କରାଯାଇଛି। ଏହି ଅବସରରେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଳଗୁମ୍ ର ସ୍ଵାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ମହାସଙ୍ଘ ତରଫରୁ ଏକ ଦାବି ପତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ଵାସ୍ଥ୍ୟ ଅଧିକାରୀ ଡଃ ବିଶୂଜିତ ମିଶ୍ର ଙ୍କୁ ପ୍ରଦାନ କରା ଯାଇଥିଲା । ଏଠାରେ ସ୍ଵାସ୍ଥ୍ୟ ପରିଦର୍ଶକ ଶ୍ରୀ ସର୍ବେଶ୍ବର ସାହୁ, ପରିଦର୍ଶିକା ଶ୍ରୀମତି ସରୋଜିନୀ ନାୟକ, ସଙ୍ଘ ସଭାପତି ସସ୍ମିତା ମିଶ୍ର, ରାଜ୍ୟ ମିଡ଼ିଆ ସମ୍ପାଦକ ସୁଶାନ୍ତ କୁଣ୍ଡୁ ଏବଂ ଅନ୍ୟ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ସ୍ଵାସ୍ଥ୍ୟ ପରିଦର୍ଶକ ଉପସ୍ଥିତ ଥିଲେ ।