ଜଙ୍ଗଲରୁ କାଠ ପୋଡ଼ି କୋଇଲା ସଂଗ୍ରହ ବେଳେ ,ବନବିଭାଗ ର ଚଢ଼ାଉ , ୪ ଗିରଫ
ଭଞ୍ଜନଗର - ଜଙ୍ଗଲ ରୁ କାଠ ଚୋରି ହେବା କଥା ସମସ୍ତେ ଜାଣନ୍ତି। ମାତ୍ର ଏବେ କାଠ ବଦଳରେ କାଠ ପୋଡ଼ି କୋଇଲା ଚୋରାଚାଲାଣ। ଜଙ୍ଗଲ ଭିତରେ ଗଛ କାଟି , ତାହାକୁ ପୋଡ଼ି କୋଇଲା ସଂଗ୍ରହ କରୁଥିଲେ । ଖବର ପାଇ ଚଢ଼ାଉ କଲା ବନବିଭାଗ । ଗିରଫ କଲା ଚାରି ଅଭିଯୁକ୍ତଙ୍କୁ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରିୟ ବନାଞ୍ଚଳରେ ଥିବା କାଳିଆମ୍ବା ସେକସନର ସଂରକ୍ଷିତ ଜଙ୍ଗଲରେ ଘଟିଥିଲା ଏହି ଘଟଣା । ଏଥିରେ ସଂପୃକ୍ତ ବଡବୋରସିଙ୍ଗି ଗ୍ରାମର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ନେଇ ବନାଞ୍ଚଳ ଅଧିକାରୀ କୁମର ବେହେରା କହିଛନ୍ତି । ଗିରଫ ଙ୍କ ମଧ୍ୟରେ ୨ ମହିଳା ରହିଛନ୍ତି । ଅଭିଯୁକ୍ତ ମାନେ ହେଲେ ପଠାଣି ନାଇକ , ରେଣୁ ନାଇକ ନାରାୟଣ ନାଇକ ଓ ବବି ନାଇକ । ଖବର ନେବାରେ ଉକ୍ତ ଜଙ୍ଗଲରେ ବହୁ ଦିନ ହେଲା ମୂଲ୍ୟବାନ କାଠକୁ କାଟି ତାହାକୁ ନିଆଁ ଲଗାଇ ପୋଡି ଦେଉଥିଲେ ଦୁର୍ବୃତ୍ତ । ଯାହାକି ସେଥିରୁ କୋଇଲା ସଂଗ୍ରହ କରି ବ୍ୟବସାୟ କରୁଥିଲେ । ଗୁରୁବାର ସକାଳୁ ପେଟ୍ରୋଲିଂ କରୁଥିବା ବେଳେ ଖବରପାଇ ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ କୁମର ବେହେରାଙ୍କ ନେତୃତ ବନପାଳ ଶରତ କୁମାର ମହାନ୍ତି ଏବଂ ବନ କର୍ମଚାରୀ ମାନେ ଚଢାଉ କରିଥିଲେ । ଏହି ଚଢ଼ାଉରେ ଏ ସନ୍ତୋଷ କୁମାର ପାତ୍ର ସୁଧାଂଶୁ ମଳିକ ରଶ୍ମିତା ସେଠୀ ପ୍ରମୁଖ ସାମିଲ ହୋଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୨/୨୦୨୨----୭,୩୦ Sakhigopal News,1/12/2022
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୧୨/୨୦୨୨----୭,୩୦ Sakhigopal News,1/12/2022