Breaking News

ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି

 
ଡେଲାଙ୍ଗ ----ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ ଓ ରେଡକ୍ରସ୍ ୟୁନିଟ ଆନୁକୁଲ୍ୟ ରେ NACO,OSACS ଓ ରେଡକ୍ରସ୍ ଓଡିଶା ରାଜ୍ୟ ଶାଖା ସହାୟତା ରେ ମହାବିଦ୍ୟାଳୟ ଐତିହ କକ୍ଷ ରେ ବିଶ୍ୱ ଏଡସ୍ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ରାଜନୀତି ବିଭାଗର ବିଭାଗୀୟ ମୂଖ୍ୟ ଯୁଧିଷ୍ଠିର ଘଟୁଆରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଡେଲାଙ୍ଗ ଗୋଷ୍ଠି ଉନ୍ନୟନ ଅଧକାରୀ ଦିଲ୍ଲିପ ଷଡ଼ଙ୍ଗୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ମୂଖ୍ୟବକ୍ତା ଭାବେ ଯୋଗଦେଇ ଏଡସ୍ ଜନିତ ସଚେତନତା ଓ ଯତ୍ନ ବିଷୟରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧକାରୀ ରତିକାନ୍ତ ସାହୁ,ଶିକ୍ଷା ବିଭାଗର ବିଭାଗୀୟ ମୂଖ୍ୟ ଅଧ୍ୟାପକ ଲକ୍ଷ୍ମୀଧର ପାଇକରାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ମହାବିଦ୍ୟାଳୟ ରେଡ କ୍ରସ୍ ୟୁନିଟ ଓ ରେଡ ରିବନ କ୍ଲବ ର ସଂଯୋଜକ ଅଧ୍ୟାପକ ତ୍ରିନାଥ ପରିଡା କାର୍ଯ୍ୟକ୍ରମ ପରିଚାଳନା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଏଡସ୍ ଓ ଏହାର ନିରାକରଣ ଜନିତ ଉପାୟ ଗୁଡିକ ବିଷୟରେ ମୂଖ୍ୟ ଅତିଥି ଶ୍ରୀ ଷଡ଼ଙ୍ଗୀ ସବିଶେଷ ଆଲୋଚନା କରିଥିଲେ।ପରିଶେଷ ରେ ଏଡସ୍ ସଚେତନତା ସଂକ୍ରାନ୍ତିୟ ଚିତ୍ରାଙ୍କନ ପ୍ରତି ଯୋଗିତା ଓ ରଚନା ଲିଖନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀମାନଙ୍କୁ  ଅତିଥିମାନେ ସିଲ୍ ଓ ମାନପତ୍ର ପ୍ରଦାନ କରିଥିଲେ। ଚିତ୍ରାଙ୍କନ ରେ ୧୫ ଜଣ ପ୍ରତିଯୋଗି ମାନଙ୍କ ମଧ୍ୟ ରୁ ମହାବିଦ୍ୟାଳୟ ର ଛାତ୍ରୀ ପ୍ରୀୟଦର୍ଶିନି ଗୁରୁ ଓ ଶଶୀଭୂଷଣ ରାଉତ ଯୁଗ୍ମ ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଜୟଶ୍ରୀ ପ୍ରଧାନ ଓ ଶିବାନୀ ଭୋଇ ଯୁଗ୍ମ ଦ୍ୱୀତିୟ ହେବା ସହିତ ସ୍ୱର୍ଣଲତା ସାହୁ ତୃତୀୟ ସ୍ଥାନ ଅଧିକାର କାରିଥିଲେ। ରଚନା ଲିଖନରେ ଦିପ୍ତୀମୟି ପରିଡା ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଶୁଭଲକ୍ଷ୍ମୀ ବାହୀନିପତୀ ଦ୍ୱିତୀୟ ଓ କୈବଲ୍ୟ ଦାସ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ମହାବିଦ୍ୟାଳୟର ୫ଜଣ ଛାତ୍ରୀ ସୋନାଲିନ, ଶୁଭଲକ୍ଷ୍ମୀ,ସୋନାଲି,ମଧୁସ୍ମିତା ଓ କସ୍ତୁରୀ ଆତ୍ମରକ୍ଷା କୌଶଳ ତାଲିମଦାତା ପର୍ଯ୍ୟାୟ ସଫଳତାର ସହିତ ସମାପ୍ତ କରିଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ରେଡକ୍ରସ ସ୍ୱଛାସେବୀ କୈବଲ୍ୟ ଦାସ,ହେମନ୍ତ ବେହେରା,ପ୍ରକାଶ ବେହେରା,ଅମୀୟ ପ୍ରଧାନ ଓ ଆକାଶ ପ୍ରଧାନ ଅଂଳା ନବମୀ ଜାତୀୟ ସେବା ଶିବିର  ସାକ୍ଷିଗୋପାଳ ଠାରେ ଯୋଗଦାନ କରି ସେବା କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟପାଇଁ ସମ୍ମଦ୍ଧିତ ହୋଇଥିଲେ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୨/୨୦୨୨----୮,୪୦  Sakhigopal News,1/12/2022

Blog Archive

Popular Posts