Breaking News

ସାକ୍ଷୀଗୋପାଳ କଲେଜରେ ଅବସର ସମ୍ବର୍ଦ୍ଧନା ଉତ୍ସବ




ସାକ୍ଷୀଗୋପାଳ ---- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଆଜି ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ସୁବାଷଚନ୍ଦ୍ର ସାହୁ ଏବଂ ଚତୁର୍ଥ ଶ୍ରେଣୀର କର୍ମଚାରୀ ଶ୍ରୀ ଶଙ୍କର ସେଠୀଙ୍କୁ ଅବସର ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଫେସର ସୁବାଷଚନ୍ଦ୍ର ସାହୁ ତାଙ୍କର ଅଧ୍ୟାପକୀୟ ଜୀବନ ଏହି ମହାବିଦ୍ୟାଳୟରେ ଆରମ୍ଭ ହୋଇ ପ୍ରାୟ ଚାରି ଦଶନ୍ଧି ଧରି ଅନୁଷ୍ଠାନର ସୁଖ-ଦୁଃଖ, ଭଲ-ମନ୍ଦ ଜଡ଼ିତ ଥିଲେ ।  ସେହିପରି ଶ୍ରୀ ଶଙ୍କର ସେଠୀ ଦୀର୍ଘ ୪୦ ବର୍ଷର ନିଜର କର୍ମମୟ ଯାତ୍ରାରେ ଏହି ଅନୁଷ୍ଠାନର ଏକ ବିସ୍ମୟ ଅବିସ୍ମରଣୀୟ ବ୍ୟକ୍ତିତ୍ୱ । ସେ ନିରବଛିନ୍ନ ଭାବରେ ୨୫ ଜଣ ଓ ୨୫ ତମ ପ୍ରଶାସକଙ୍କ ଅଧୀନରେ ନିଜର ସେବାସମୟ ଅତିବାହିତ କରିଛନ୍ତି । ଅବସର ସମ୍ବର୍ଦ୍ଧନା ଉତ୍ସବରେ ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରିଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସଭାପତିତ୍ୱ ଅଭିଭାଷଣରେ ଡ଼ଃ ପରିଡ଼ା, " ବିଦାୟୀ ପ୍ରଫେସର ସାହୁ ଓ କର୍ମଚାରୀ ଶ୍ରୀ ସେଠୀ ଉଭୟଙ୍କର ଅନୁପସ୍ଥିତିକୁ ଏ ଅନୁଷ୍ଠାନ ସର୍ବଦା ଅନୁଭବ କରିବ "ବୋଲି  କହିଥିଲେ । ସଂସ୍କୃତ ବିଭାଗର ମୁଖ୍ୟା ପ୍ରଫେସର ସୁଜାତା ମହାପାତ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିବା ବେଳେ ସଂସ୍କୃତ ବିଭାଗର ଅନ୍ୟତମ ଅଧ୍ୟାପିକା ପ୍ର. ସସ୍ମିତା ପ୍ରଧାନ ଏବଂ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ର. ଅମରନାଥ ପାଲ ପ୍ରଫେସର ସାହୁ ଓ ଶ୍ରୀ ସେଠୀଙ୍କ ମାନପତ୍ର ପାଠ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ପ୍ର.ନଳିନୀଲୋଚନ ଦାଶ, ପ୍ର. ଅଜୟ ଦାଶ,ପ୍ର. ଶଙ୍କର୍ଷଣ ମିଶ୍ର, ପ୍ର. ସତ୍ୟଶିବ ସୁନ୍ଦର ମିଶ୍ର,ପ୍ର. ଚନ୍ଦ୍ରଶେଖର ତ୍ରିପାଠୀ, ପ୍ର. ରତ୍ନାକର ସାହୁ, ପ୍ର. ମନୋଜ ପରିଡ଼ା, ପ୍ର. ଧନୁର୍ଦ୍ଧର ମୁଦୁଲି, ଡ଼ଃ କଳ୍ପନା ମହାପାତ୍ର, ପ୍ର. ରାଜଶ୍ରୀ ଶତପଥି,ପ୍ର. ଶୁଭ୍ରାଦୀପ୍ତା ପଟ୍ଟନାୟକ, ପ୍ର.ସ୍ଵର୍ଣ୍ଣଲତା  ମାହାରୀ,ଡ଼ଃ ଶଙ୍କର୍ଷଣ ପ୍ରଧାନ,ପ୍ର. ପୁପୁଲ ମହାନ୍ତି,ପ୍ର. ବିଜୟଲଷ୍ମୀ ମିଶ୍ର, ପ୍ର. ଜିତେନ୍ ଦାସ, ପ୍ର. ସବିତା ମଲ୍ଲିକ, ପ୍ର. ମଧୁସ୍ମିତା ସାହୁ, ପ୍ର. ଦିପ୍ତିମୟୀ ସାହୁ, ପ୍ର. ଦର୍ଶନା ବାରିକ ପ୍ରମୁଖ ଉଭୟଙ୍କ ଦୀର୍ଘ ଚାରିଦଶନ୍ଧି ଧରି ଅନୁଷ୍ଠାନ ପ୍ରତି ଥିବା ସ୍ନେହ, ଶ୍ରଦ୍ଧା, ଭଲପାଇବା ତଥା ନିଷ୍ଠାପର ସେବାର ସ୍ମୃତିଚାରଣ କରିବା ସହ ଆଗାମୀ ଅବସରକାଳୀନ ଜୀବନ ସୁଖମୟ ହେଉ ବୋଲି ଈଶ୍ବରଙ୍କ ନିକଟ ପାର୍ଥନା କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ମୁଖ୍ୟ କିରାଣୀ ଶ୍ରୀଯୁକ୍ତ ରାଜକିଶୋର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୨/୨୦୨୨----୭,୧୦ Sakhigopal News,1/12/2022

Blog Archive

Popular Posts