ଅଙ୍ଗନବାଡ଼ି କେନ୍ଦ୍ରକୁ ଉର୍ନତ ମାନର ଛତୁଆ ଯୋଗାଣ କରି ଉଦାହରଣ ପାଲଟିଛନ୍ତି,ମା ମହିଷାସୁଣି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି
ନୟାଗଡ଼ ----ଗାଁ ଗାଁ ରେ ମହିଳା ମାନେ ନିଜ ନିଜ ମଧ୍ୟରେ ଏକତ୍ରିତ ହୋଇ କିଛି ପଇସା ଆଦାୟ କରି ଗଡିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ଏଥିରେ ରହିଛନ୍ତି 10ରୁ ଉର୍ଦ୍ଧ୍ବ ମହିଳା । ଏହି ମହିଳାଙ୍କ ମଧ୍ୟରେ ଜଣେ ସଭାନେତ୍ରୀ ଓ ସମ୍ପାଦିକା ଏବଂ ଜଣେ କୋଷାଧ୍ୟକ୍ଷ ରହିଥିବା ବେଳେ ଅନ୍ୟ ମାନେ ରହିଛନ୍ତି ସଭ୍ୟା।ଏମାନଙ୍କ ମଧ୍ୟରେ କାହାର ଅସୁବିଧା ହେଲେ ଗ୍ରୁପରୁ ନେଇ ଥାଆନ୍ତି ଆର୍ଥିକ ସାହାଯ୍ୟ। କିନ୍ତୁପରେ ଏହିଟଙ୍କାକୁ ସୁଝିଥାଆନ୍ତି ଓ ଗ୍ରୁପରେ ଥିବା ଟଙ୍କାକୁ ବ୍ୟଙ୍କ ରେ ପ୍ରତି ମାସରେ ଡିପୋଜିଟି କରିଥାନ୍ତି । ବ୍ୟଙ୍କ ମାଧ୍ୟମରେ ଆର୍ଥିକ ସହାୟତା ପାଇବା ପରେ କରିଛନ୍ତି ଉଦ୍ୟୋଗ । ତେବେ ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ଅଞ୍ଚଳରେ ଶିଖରପୁର ଗାଁରେ ଏକ ମହିଳା ଗୁପ ଅଛନ୍ତି ଏହା ଲୋକଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।ଏହି ମହିଳା ସ୍ୱଂୟ ସହାୟିକା ଗ୍ରୁପ ହେଲେ ମା ମହିଷାସୁଣି ସ୍ୱଂୟ ସହାୟିକା ଗ୍ରୁପ। ଏହି ଗ୍ରୁପଟି 2009ରୁ ଆରମ୍ଭ ହୋଇ ଥିବା ବେଳେ ଏଥିରେ10ଜଣ ମହିଳା ରହିଛନ୍ତି।ଖାଲି ଗ୍ରୁପକରିଛନ୍ତି ତାନୁହେଁ।ଖଣ୍ଡପଡ଼ା ଷ୍ଟେଟବ୍ୟଙ୍କରୁ ଚାରିଲକ୍ଷ ଋଣ ନେଇଏକ ଉର୍ନତ ମାନର ଛତୁଆ କାରଖାନା ପ୍ରତିଷ୍ଠା କରି ପାରିଛନ୍ତି।ଏହିଛତୁଆକୁ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଥିବା169ଟି ଅଙ୍ଗନବାଡ଼ି କେନ୍ଦ୍ରକୁ ଅତି ଉର୍ନତ ଛତୁଆ ଯୋଗାଣ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତିନୟାଗଡ଼ ଜିଲାପ୍ରଶାସନ ପାଖରେ। ତେବେ ଦୋକାନରେ ବିଭିନ୍ନ କମ୍ପାନୀର ବିକ୍ରି ହେଉଥିବା ଛତୁଆ ସହିତ ମହିଳା ଗୋଷ୍ଠିଙ୍କ ଛତୁଆ ସବୁଠାରୁ ନିଆରା । ଏହି ଛତୁଆ ଉଚ୍ଚ ମାନର ବୋଲି ଅଙ୍ଗନବାଡ଼ି ରୁ ନେଉଥିବା ମହିଳାମାନେ କହିଛନ୍ତି।ସରକାରଙ୍କ ପକ୍ଷରୁ ଯଦି ଅଧିକ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଆନ୍ତା ଏହି ମହିଳା ଗୋଷ୍ଠି ଖାଲି ଛତୁଆ କାହିଁକି ଅନ୍ୟ ଉଦ୍ୟୋଗ ମଧ୍ୟ୍ୟ କରି ପାରନ୍ତେ ବୋଲି ବୁଦ୍ଧିଜୀବି ମାନେ କହନ୍ତି । ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୫/୧୨/୨୦୨୨----୮,୪୫ Sakhigopal News,15/12/2022