Breaking News

ଜଟଣୀ ମହାବିଦ୍ୟାଳୟରେ ବିଶ୍ୱ ଏଡ୍ସ ଦିବସ




ଜଟଣୀ ---ଜଟଣୀ ମହାବିଦ୍ୟାଳୟର ସଭାଗୃହରେ ଯୁବ ରେଡ଼କ୍ରସ ଏବଂ ରେଡ ରିବନ କ୍ଲବର ମିଳିତ ଆନୁକୂଲ୍ୟରେ ବିଶ୍ୱ ଏଡ୍ସ ଦିବସ -୨0୨୨ ପାଳିତ ହୋଇଯାଇଛି । ଏହି ସମାରୋହକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ବଂଶୀଧର କର ଉଦ୍ଘାଟନ କରି ଉତ୍ତମ ସ୍ୱାସ୍ଥ୍ୟ ଗଠନ ଓ ଏଡ୍ସ ବିଭୀଷିକା ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ । ମହାବିଦ୍ୟାଳୟର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ପାରମିତା ପ୍ରହରାଜଙ୍କ ପୌରାହିଁତରେ ଅନୁଷ୍ଠିତ ସଭାରେ ହେମଲତା ହସ୍ପିଟାଲର ପ୍ରାକ୍ତନ ନିର୍ଦ୍ଧେଶକ ଡାକ୍ତର ସତ୍ୟରଞ୍ଜନ ପାଢ଼ୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଏଡ୍ସ ରୋଗର କାରଣ ଓ ନିରାକରଣ ସମ୍ପର୍କରେ  ମତ ରଖିଥିଲେ। ଏହି  ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଇବା ପାଇଁ ଏକ ପାଠଚକ୍ର ଅନୁଷ୍ଠିତ ସହିତ  ସଚେତନ ଶୋଭାଯାତ୍ରା ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼. ତପନ ମିଶ୍ରଙ୍କ ତତ୍ୱାବଧାନରେ ସହରର ହରିଭାଇନା ଛକ ପର୍ଯ୍ୟନ୍ତ ବାହାରି ସହର ପରିକ୍ରମା କରିଥିଲା । ଏହାର ନେତୃତ୍ୱ ନେଇଥଲେ ଅନ୍ୟତମ ଅଧିକାରୀ ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ଦାସ ଏବଂ ଡ଼. ଆଲୋକ କୁମାର ଛୋଟରାୟ । ପରିଶେଷରେ ଏହାକୁ ସହଯୋଗ କରିଥିଲେ ଅଧ୍ୟାପକ ଗଣେଶ୍ୱର ମଲ୍ଲିକ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୧୨/୨୦୨୨---୮,୪୫ Sakhigopal News,1/12/2022

Blog Archive

Popular Posts