ପ୍ରଶାସନ ନିଦ୍ଦେର୍ଶକୁ କନ୍ଧମାଳ ସିଡିଏମଓଙ୍କ ଅଣଦେଖା , ;କର୍ମକ୍ଷେତ୍ରକୁ ଫେରି ପାରୁନାହାଁନ୍ତି ସ୍ବାସ୍ଥ୍ୟକର୍ମୀ
କନ୍ଧମାଳ--- ବାରମ୍ବାର ଜଣେ ସ୍ବାସ୍ଥ୍ୟକର୍ମୀକୁ ହଇରାଣ କରାଯାଉଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମି ।ସ୍ବାସ୍ଥ୍ୟକର୍ମିଙ୍କ ସ୍ବାମୀ ଜଣେ ଦିବ୍ୟାଙ୍ଗ ହୋଇଥିବା ରୁ ଏ ଅଫିସ ରୁ ସେ ଅଫିସ ବୁଲି, ବୁଲି ନୟାନ୍ତ ହୋଇଥିବା ଦେଖିବାକୁ ମିଳିଛି । ଖବର ପ୍ରକାରେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ପସରା ଗ୍ରାମର ବିଦ୍ୟୁତ ଲତା ନାୟକ ସ୍ବାସ୍ଥ୍ୟ ବିଭାଗରେ ଏଏନ୍ଏମ ଭାବରେ ଦାରିଙ୍ଗବାଡି ବ୍ଳକର ସିଏଚ୍ସି ସ୍ବାସ୍ଥ୍ୟକେନ୍ଦ୍ର ସିଆଙ୍ଗବାଲି ଠାରେ ନିଯୁକ୍ତି ପାଇଥିଲେ । ବିଦ୍ୟୁତ ଲତାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ କନ୍ଧମାଳ ଜିଲ୍ଲା ସିଡିଏମଓ ବିଦ୍ୟୁତ ଲତା ନାୟକଙ୍କୁ ଡେପୁଟେସନରେ ସିଆଙ୍ଗବାଲିରୁ ନିଜଗ୍ରାମ ପସରାକୁ ପଠାଇଥିଲେ ।ଡେପୁଟେସନର ବର୍ଷେ ନ ପୁରୁଣୁ ପୁଣି ବିଦ୍ୟୁତ ଲତାଙ୍କ ଡେପୁଟେସନ ବାତିଲ କରିବା ସହିତ କାଯ୍ୟ କରିବାକୁ ହେଲେ ବ୍ରହ୍ମପୁର ମେଡିକାଲ ବୋର୍ଡରେ ହାଜାର ହୋଇ ଏଏନ୍ଏମଙ୍କ ମାନସିକ ସ୍ଥିତି କିପରି ଅଛି ତାର ସାଟିଫିକେଟ ଆଣିବା ପାଇଁ ଉଦ୍ଦେଶ୍ୟ ମୂଳକ ଭାବରେ ହଇରାଣ କରାଯାଉଥିବା ଅଭିଯୋଗ କରିଛନ୍ତି ସ୍ବାସ୍ଥ୍ୟକର୍ମି ଓ ତାଙ୍କ ଦିବ୍ୟାଙ୍ଗ ସ୍ବାମୀ ଦିପକ କୁମାର ହଂସ । ଏ ନେଇ ଦିବ୍ୟାଙ୍ଗ ଦିପକ କୁମାର ହଂସ ଓ ସ୍ତ୍ରୀ ବିଦ୍ୟୁତ ଲତା ନାୟକ ମାନବ ଅଧିକାର କମିଶନର ଓ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିବା କହନ୍ତି ଦିପକ ହଂସ ।ଜିଲ୍ଲାପାଳ ମହାଶୟ ବିଦ୍ୟୁତ ଲତା ନାୟକଙ୍କୁ ପୁନଃ ନିଯୁକ୍ତି ଦେବାକୁ ନିଦ୍ଦେର୍ଶ ଦେଇଛନ୍ତି ସିଡିଏମଓ ଙ୍କୁ। ମାତ୍ର ଜିଲ୍ଲାପାଳଙ୍କ ନିଦ୍ଦେର୍ଶକୁ ପାଳନ କରିବାରେ ବିଳମ୍ବ କରୁଥିବା ଅଭିଯୋଗ କରିଛନ୍ତି ଉଭୟ ସ୍ବାମୀ, ସ୍ତ୍ରୀ ।ଦିପକ କୁମାର ହଂସ ଏକ ଦିବ୍ୟାଙ୍ଗ ବ୍ୟକ୍ତୀ ହୋଇଥିବା ହେତୁ ବିଦ୍ୟୁତ ଲତା ନାୟକଙ୍କ ଦରମାରେ ଘର ଚଳୁଥିଲା । ସ୍ବାସ୍ଥ୍ୟକର୍ମୀଙ୍କ ଦରମା ବନ୍ଦ ଥିବାରୁ ଆର୍ଥିକ ଅନାଟନରେ ବହୁକଷ୍ଟରେ ତାଙ୍କ ପରିବାର ଚଳୁଥିବା କହିଛନ୍ତି ସ୍ବାସ୍ଥ୍ୟକର୍ମୀ । ଜିଲ୍ଲାପାଳ ଓ ସରକର ସ୍ବାସ୍ଥ୍ୟକର୍ମୀ ବିଦ୍ୟୁତ ଲତାଙ୍କୁ ନ୍ୟାୟ ଦେବାକୁ ଗୁହାରୀ କରିଛନ୍ତି ବିଦ୍ୟୁତ ଲତା ଓ ଦିବ୍ୟାଙ୍ଗ ସ୍ବାମୀ ଦିପକ କୁମାର ହଂସ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧/୧୨/୨୦୨୨---୯,୨୦ Sakhigopal News,1/12/2022