ସତ୍ୟବାଦୀର ନାମ ଟେକ ରଖିଲେ ଆସମ ମାଟିରେ ; ସାଇ ସୋହମ ପ୍ରଧାନ
ସାକ୍ଷୀଗୋପାଳ---- ଜାତୀୟ ସ୍ତରରେ ବିଜ୍ଞାନ ମେଳାରେ ଓଡିଶାର ଗୌରବ ଓ ସତ୍ୟବାଦୀର ମାଟିର ନାମ ଟେକ ଆଣିଛନ୍ତି ସାଇ ସୋହମ ପ୍ରଧାନ । ଆସାମର ଗୁଆହାଟି ଠାରେ ଗତ ୨୨ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ ମେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକର ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ସାଇ ସୋହମ ପ୍ରଧାନ ଜାତୀୟ ସ୍ତର ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିଥିଲେ । ସେଠାରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱତୀୟ ସ୍ଥାନ ଅଧିକାର କରିଥିଲେ ଦିଲ୍ଲୀର ସ୍ୱପ୍ନା କୁମାରୀ ଓ ତୁତୀୟ ସ୍ଥାନରେ ତ୍ରିପୁରାର ପ୍ରତୀକ ଦେବନାଥ । ସେହିପରି କୁଇଜ ପ୍ରତିଯୋଗିତାରେ ଗୋଆର ବିଘ୍ନେଶ ଓ ଖୁସି ମୁଖେଶ ପ୍ରଥମ ସ୍ଥାନ ଅଧିକାର କରିଥବା ବେଳେ ଚଣ୍ଡିଗଡର ଗୁର୍ମିନ୍ଦର ଓ ଭରସେ ଗୋୟାଲ ଦ୍ୱିତୀୟ ସ୍ଥାନ , ସେହିପରି ତୃତୀୟ ସ୍ଥାନ ଅଧିକାର କରିଥିଲେ ଓଡିଶାର ସାଇ ସୋହମ ପ୍ରଧାନ ଓ ପ୍ରତ୍ୟୁକ୍ଷ ମହାପାତ୍ର । ଆସମରେ ଓଡିଶା ମାଟି ପାଇଁ ଆଣିଥିଲେ ଗର୍ବ ଓ ଗୌରବ । ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ନିଜର ଅଭିଜ୍ଞତା ବିନିମୟ କରି ଅତିଥିମାନଙ୍କ ଠାରୁ ହୋଇଥିଲେ ବେଶ ପ୍ରଶଂସନୀୟ । ସାଇ ସୋହମ ଏହା ଆଗରୁ ବକ୍ୁତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହେବା ସହିତ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେଇ ମାନ୍ୟବର ରାଜ୍ୟପାଳଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇଥିଲେ । କେବଳ ସେତିକି ନୁହେଁ ସାଇ ସୋହମ ଜିଲ୍ଲା ସ୍ତର ଠାରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସଫଳତା ହାସଲ କରି ଓଡିଶାର ଗର୍ବ ଓ ସତ୍ୟବାଦୀ ମାଟିର ନାମକୁ ଜାତୀୟ ସ୍ତରରେ ଟେକ ରଖିଛନ୍ତି । ସେ ହେଉଛନ୍ତି ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ବିଶ୍ୱାଳ ଓ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କ ପୁତ୍ର ଅଟନ୍ତି । ଆସାମରୁ ଫେରିବା ପରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଓ ସାଙ୍ଗସାଥୀ ମାନେ ସାଇ ସୋହମଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୧୨/୨୦୨୨---୫,୧୦ Sakhigopal News , 1/12/2022