ବ୍ଲକ ଅଧ୍ୟକ୍ଷଙ୍କୁ ଗିରଫ ପାଇଁ ପୋଲିସକୁ 2 ଦିନ ର ମହଲତ ଦେଲା କଂଗ୍ରେସ ; ମଙ୍ଗଳ ବାର ଠାରୁ ଥାନା ସମ୍ମୁଖରେ ଧାରଣା
ବାଙ୍କୀ: ସମବାୟ ନିର୍ବାଚନରେ ଭୋଟର ନଥାଇ ବାଙ୍କୀ ଡମପଡା ବ୍ଲକ ଅଧ୍ୟକ୍ଷ ବେଆଇନ ଭାବେ ଭୋଟ ଦେବାକୁ ନେଇ କଂଗ୍ରେସ ଏବେ ଗିରଫ କରିବାକୁ ଦାବି କରିଛି । ଅଧ୍ୟକ୍ଷ ନିଜେ ଭୋଟ ଦେଇ ବିବାଦ ଘେରକୁ ଆସିଥିବା ବେଳେ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ଏଯାବତ ଚୁପ ବସିଛି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଛି ।ଯାହାକୁ ସହଜରେ ହଜମ କରିପାରୁନି କଂଗ୍ରେସ।ସୂଚନା ଥାଉକି ଗତ ମାସ 23 ତାରିଖ ଦିନ ବିକେ ବିଦ୍ୟପୀଠ ପରିସରରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପାଇଁ ନିର୍ଦେଶକ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିଲା ।ଏହି ମତାଦନ ରେ ବାଙ୍କୀ,ଆଠଗଡ଼,ବଡ଼ମ୍ବା ସହ ନରସିଂହ ପୁର ଅଞ୍ଚଳର ଭୋଟର ମାନେ ମତାଦନ ସାବ୍ୟସ୍ତ କରୁଥିଲେ ।ଏହି ସମୟ ମଧ୍ୟରେ 10ନମ୍ବର ଯୋନ ର ବୁଥରେ ଜୋର ଜବରଦସ୍ତ ବାଙ୍କୀ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ପଶି ଜଣେ ଭୋଟରଙ୍କୁ ଠେଲି ତାଙ୍କ ଭୋଟ ଦେଇଥିଲେ । ଯାହାକୁ ପ୍ରାର୍ଥୀଙ୍କ ଏଜେଣ୍ଟ ଆପତ୍ତି କରିବା ସହ ମତାଦନର ଭିଡିଓ ଉତ୍ତୋଳନ କରିଥିଲେ ।ଏଥିସହ ଏନେଇ ନିର୍ବାଚନ ଅଧିକାରୀ ଏବଂ ବାଙ୍କୀ ପୋଲିସ ପାଖରେ ଲିଖିତ ଏତଲା ମଧ୍ୟ କରିଥିଲେ । ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ।ପରମୁହୂର୍ତ ରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯିବା ପରେ 1 ତାରିଖ ବିଳମ୍ବିତ ରାତିରେ ପୋଲିସ ପକ୍ଷରୁ ମାମଲା ତରବରିଆ ଭାବେ ଅଧ୍ୟକ୍ଷଙ୍କ ନାମରେ ବେଆଇନ ବୁଥ ରେ ପସି ଧମକାଇ ମତାଦନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି ।କିନ୍ତୁ ମାମଲା ରୁଜୁ ହେବାର ଏତେଦିନ ବିତିଥିଲେ ମଧ୍ୟ ପୋଲିସ ସମ୍ପୃକ୍ତ ଅଧ୍ୟକ୍ଷଙ୍କୁ ଗିରଫ ନକରୁଥିବାରୁ ଆଜି ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ସମ୍ବାଦିକଁ ସମ୍ମିଳନୀ କରାଯାଇ ପୋଲିସ କୁ ଦୁଇ ଦିନର ମହଲତ ଦିଆଯାଇଛି ।ଆଜି କଂଗ୍ରେସ ଦଳର ଯୁବ ନେତା ରମାକାନ୍ତ ସେଠୀଙ୍କ ତତ୍ବାବଧାନରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।ଯେଉଁଥିରେ ପୋଲିସର ପାରିବା ପଣିଆ ଉପରେ କଂଗ୍ରେସ ଦଳ ତରଫରୁ ପ୍ରଶ୍ନ ଉଠାଯାଇଥିବା ଦେଖିବାକୁ ମିଳିଛି ।ବାଙ୍କୀ ଡମପଡା ବ୍ଲକ ଅଧ୍ୟକ୍ଷ ପ୍ରଣବ କିଶୋର ପଟେଲ ବିଜେଡି ଦଳର ହୋଇଥିବା ହେତୁ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ଭୟ କରୁଛି ବୋଲି ଯୁବ ନେତା ରମାକାନ୍ତ ଅଭିଯୋଗ କରିଛନ୍ତି ।ଏପରିକି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ଏବଂ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଏପରି ବେଆଇନ କାର୍ଯ୍ୟକଳାପ କୁ ପ୍ରଶୟ ଦେଇ ଗଣତନ୍ତ୍ର ର ହତ୍ୟା କରୁଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି ।ଶାସକ ଦଳ ଚାପ ରେ ପୋଲିସ ଅଧ୍ୟକ୍ଷଙ୍କୁ ଗିରଫ କରିବାକୁ ଭୟ କରୁଛି ବୋଲି ଶ୍ରୀଯୁକ୍ତ ସେଠି କହିଥିଲେ। କଂଗ୍ରେସ ପକ୍ଷରୁ ବାଙ୍କୀ ପୋଲିସକୁ ଅଧ୍ୟକ୍ଷଙ୍କୁ ଗିରଫ କରିବା ପାଇଁ ଦୁଇ ଦିନ ର ମହଲତ ଦିଆଯାଇଛି ।ଏହି ସମୟ ମଧ୍ୟରେ ଅଧ୍ୟକ୍ଷଙ୍କୁ ଗିରଫ ନକଲେ ଯୁବ ଛାତ୍ର କଂଗ୍ରେସ ପକ୍ଷରୁ ମଙ୍ଗଳବାର ଦିନ ଧାରଣା ଦିଆଯିବ ବୋଲି ସୂଚନା ଦିଆଯାଇଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଡମପଡା ବ୍ଲକ କଂଗ୍ରେସ କମିଟି ସଭାପତି ଅସିତ ବରଣ ପଟ୍ଟନାୟକ, ପିସିସି ସଭ୍ୟ ଘନ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ରାକେଶ ବେହେରା,ଅମୀୟ ନାୟକ ,ରବୀନ୍ଦ୍ର ବେହେରା ,କୀର୍ତି କିରଣ ନାୟକ ସହ ଯୁବ ଏବଂ ଛାତ୍ର କଂଗ୍ରେସର କାର୍ଯ୍ୟକାର୍ତ୍ତା ମାନେ ଉପସ୍ଥିତ ଥିଲେ ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୨---୮,୪୫ Sakhigopal News,13/11/2022