ଅଁଳାନବମୀ ଯାତ୍ରାର ସମୀକ୍ଷା କଲେ ଏସପି
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳ ପ୍ରସିଦ୍ଧ ଅଁଳାନବମୀ ଯାତ୍ରାର ସମୀକ୍ଷା କରିଛନ୍ତି ପୁରୀ ଏସପି ଡକ୍ଟର କନ୍ଵର୍ ବିଶାଲ ସିଂ । ମଙ୍ଗଳବାର ଅପରାହ୍ନରେ ସାକ୍ଷୀଗୋପାଳ ମନ୍ଦିର ଠାରେ ଏସପି ପହଞ୍ଚି ସମୀକ୍ଷା କରିବା ସହ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ଏପରିକି କର୍ମଚାରୀ ମାନଙ୍କୁ ସେମାନଙ୍କର କାର୍ଯ୍ୟ କ'ଣ ବୋଲି ପଚାରି ବୁଝିଥିଲେ। ଯେପରି କେହି ସେମାନଙ୍କ ଦାୟିତ୍ବ ଅବହେଳା ନ କରନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ସାକ୍ଷୀଗୋପାଳର ପ୍ରସିଦ୍ଧ ଅଁଳା ନବମୀ ଓ ରାଧପାଦ ଦର୍ଶନ ପାଇଁ ପୁଲିସ ବ୍ୟବସ୍ଥା ଚୁଡାନ୍ତ ହୋଇଛି। ଏଥିପାଇଁ ୮ ଜଣ ଡି ଏସ୍ ପି, ୧୫ ଜଣ ଇନ୍ସପେକ୍ଟର, ୬୪ ଜଣ ଏସ ଆଇ ଓ ଏ ଏସ ଆଇ, ୧୦୦ ଜଣ ହାବିଲଦାର କନେଷ୍ଟବଳ, ୨୦୦ ଗୃହରକ୍ଷୀ ଓ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସମସ୍ତ ପୁଲିସ ବ୍ୟବସ୍ଥା କୁ ଦୁଇଜଣ ଅତିରିକ୍ତ ଏସ ପି ତଦାରଖ କରିବେ । ଆଜି ପୂର୍ବାହ୍ନରେ ପୁରୀ ଏସ ପି ଡକ୍ଟର କନ୍ଵର୍ ବିଶାଲ ସିଂ ସାକ୍ଷୀଗୋପାଳ ଆସି ସମଗ୍ର ପୁଲିସ୍ ବ୍ୟବସ୍ଥା ର ତଦାରଖ କରିଛନ୍ତି । ମନ୍ଦିର ପ୍ରବେଶ ପଥ ଓ ବାହାରିବା ପଥ ଦେଖିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୧/୨୦୨୨---୬,୨୦ Sakhigopal News,1/11/2022