Breaking News

କଣାସ ବ୍ଳକରେ ୧୧ ହଜାର ୭୫୦ ଜଣ ଶିଶୁ ପୋଲିଓ ବୁନ୍ଦା ଖାଇଲେ


କଣାସ--- ପୁରୀ ଜିଲ୍ଲାର କଣାସ ବ୍ଳକରେ ପ୍ରଥମ ଦିନରେ ୧୧ ହଜାର ୭୫୦ ଜଣ ପିଲା ପୋଲିଓ ବୁନ୍ଦା ଖାଇଥିବା ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ଧନେଶ୍ୱର ସ୍ୱାଇଁ ଙ୍କ ଠାରୁ ସୁଚନା ମିଳିଛି। ୫୩ଟି ପୋଲିଓ ବୁଥ କରାଯାଇଥିବା ବେଳେ ୨ଟି ଟ୍ରାନଜିଟ ପୋଲିଓ ବୁଥ କରାଯାଇଥିଲା । ଏଥିରେ ୨୧୬ ଜଣ ପୋଲିଓ କର୍ମୀ ଜନ୍ମରୁ ପାଞ୍ଚ ବର୍ଷିଆ ଶିଶୁଙ୍କୁ ପୋଲିଓ ବୁନ୍ଦା ଦେଇଥିଲେ।  ୧୧ ଜଣ ପୋଲିଓ ସୁପରଭାଇଜର ବିଭିନ୍ନ ପୋଲିଓ ବୁଥକୁ ବୁଲି ନିରୀକ୍ଷଣ କରୁଥିବା ବେଳେ ବ୍ଲକ ସ୍ତରରୁ ଡାକ୍ତର ବିଶ୍ୱରଞ୍ଜନ ଜେନା, ଧନେଶ୍ୱର ସ୍ୱାଇଁ ପୋଲିଓ କାର୍ଯ୍ୟକୁ ତଦାରଖ କରୁଥିଲେ। ବ୍ଲକ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୌଭାଗ୍ୟ ରଞ୍ଜନ ଜେନା ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଥିଲେ । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରକଳ୍ପ  ପରିଚାଳକ ଶ୍ରୀ ଟି ନାରାୟଣ ରାଓ  କଣାସ ବ୍ଳକର ବିଭିନ୍ନ ପୋଲିଓ ବୁଥ ଓ ନନ୍ଦିଗଦା, ହ୍ରଚଣ୍ଡୀ ପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ବାକୁ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପରିଦର୍ଶନ କରିଥିଲେ । ଚିକିତ୍ସାଧିକାରୀ ଡାକ୍ତର ସମ୍ବିତ ରଂଜନ ଜେନା  ବିଭିନ୍ନ ପୋଲିଓ ବୁଥ ବୁଲି ଦେଖିଥିଲେ । ସକାଳ ୮ ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପୋଲିଓ ବୁଥ ଗୁଡିକ ଖୋଲା ରହିଥିଲା ।


ଯେଉଁ ଶିଶୁମାନେ ପୋଲିଓ ବୁନ୍ଦା ଖାଇଛନ୍ତି କି ନାହିଁ  ସୋମ ଓ ମଙ୍ଗଳ ବାର ଦିନ ପୋଲିଓ କର୍ମୀ ଘର ଘର ବୁଲି ଯାଞ୍ଚ କରି ପୋଲିଓ ବୁନ୍ଦା ଖାଇବାକୁ ଦେଉଥିବା ଜଣାପଡିଛି । ଯଦି କୌଣସି ପିଲା ଏହି ପୋଲିଓ ବୁନ୍ଦା ଖାଇବା ରୁ ବଞ୍ଚିତ ହୋଇଛନ୍ତି ସେମାନେ ତୁରନ୍ତ ମେଡ଼ିକାଲ କୁ ଆସି ନିଜ ପିଲାଙ୍କୁ ପୋଲିଓ ବୁନ୍ଦା ଖାଇବାକୁ ଦେବା ସହ ରାଜ୍ୟ ରୁ ପୋଲିଓ ମୁକ୍ତ କରିବା ରେ ସହଯୋଗ କରିବାକୁ ବ୍ଳକ ପ୍ରୋଗ୍ରାମ ମ୍ୟାନେଜର ଧନେଶ୍ୱର ସ୍ୱାଇଁ ଜନସାଧାରଣ ଙ୍କୁ ନିବେଦନ କରିଛନ୍ତି ।
କଣାସରୁ ଧୀରେନ୍ଦ୍ର ସେନାପତି,୨/୨/୨୦୨୧-----୧୦,୪୦

Blog Archive

Popular Posts