ବୃକ୍ଷଦାନ ମହାପୁଣ୍ୟ ବ୍ୟାନର ଉନ୍ମୋଚିତ
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମରେ ଗଡି ଉଠିଥିବା ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବୀ ହୃଷିକେଶ ପାଢ଼ୀଙ୍କ ସଚେତନତା ବ୍ୟାନର ବୃକ୍ଷଦାନ ମହାପୁଣ୍ୟ ଉନ୍ମୋଚିତ ହୋଇଯାଇଛି । ଘୋରଡିଆ ଠାରେ ମେକ -ଇନ- ଇଣ୍ଡିିଆ ଆଣ୍ଡ ମିଡିଆ ପରିବାର ଦ୍ୱାରା ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବିତା ଆସର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଯୋଗ ଦେଇଥିବା ଅତିଥି ମାନଙ୍କୁ ସବୁଜ ଡେଲାଙ୍ଗ ପକ୍ଷରୁ ବୃକ୍ଷଚାରା ପ୍ରଦାନ କରାଯାଇଥିଲା । ଶ୍ରୀ ପାଢୀଙ୍କୁ ପ୍ରକୃତିପ୍ରେମୀ ସମ୍ମାନରେ ଉତ୍ତରୀୟ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ମେକ -ଇନ- ଇଣ୍ଡିିଆ ଆଣ୍ଡ ମିଡିଆ ପରିବାରର ଅଧ୍ୟକ୍ଷ ଦିଲ୍ଲୀପ ଧାଉଡିଆ ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୨/୨୦୨୧---୧୧,୩୦