Breaking News

କଳିଙ୍ଗ ଜୁନିଅର ଆସୋସିଏସନ: ଚଟୁମାରି ଚାମ୍ପିଆନ



ବରୀ - ବରୀ ବ୍ଲକ ଅନ୍ତର୍ଗତ କିମ୍ବିରିଆପାଳ ପଞ୍ଚାୟତର ନୂଆଗାଁ କଳିଙ୍ଗ ଜୁନିଅର କ୍ରିକେଟ ଆସୋସିଏସନ ଆୟୋଜିତ କ୍ରିକେଟ ଖେଳ ଫାଇନାଲ ହୋଇଯାଇଛି।ପାଇନାଲ ମ୍ୟାଚ ମାଟିଆପଡ଼ା ସାହାଡ଼ା ସୁନ୍ଦରୀ ଓ ଚଟୁମାରି କ୍ଲବ ମଧ୍ୟରେ ହୋଇଥିଲା। ଚଟୁମାରି କ୍ରିକେଟ ଦଳ ୫ ଉଇକେଟରେ ବିଜୟ ହୋଇଥିଲା। ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥି ଭାବେ କିମ୍ଭିରିଆପାଳ ସରପଂଚଙ୍କ ପ୍ରତିନିଧି ମୁରଲୀ ଧର ସାହୁ, ସମିତି ସଭ୍ୟାଙ୍କ ପ୍ରତିନିଧି ଭରତ ସାହୁ ,ପ୍ରାକ୍ତନ ସରପଂଚ ଟିକ ମଲ୍ଲିକ ଓ ଓର୍ଡ ସଭ୍ୟ ସୁଜିତ ଦାଶ ଯୋଗଦାନ କରି ବିଜୟ ଓ ରନର୍ସ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।ଏହି ଖେଳକୁ କଳିଙ୍ଗ ଜୁନିଅର କିକେଟ କ୍ଲବର ସଦସ୍ୟ ସଦାନନ୍ଦ,
ହରିଷ ,ସିପୁ,ସନ୍ତୋଷ ଆଶୁତୋଷ,ରତ୍ନାକର ପ୍ରଶାନ୍ତ, ବାପି,ଉତ୍ତମ,ଶ୍ରୀରାମ,ସପୁନ,ଶଶିକାନ୍ତ, ସନାତନ, ସୁଶାନ୍ତ ଓ ରାଜେଶ ପରିଚାଳନା ଓ ସହଯୋଗ କରିଥିଲେ।
ବରୀରୁ ଦର୍ଶନ ବେହେରାଙ୍କ ରିପୋର୍ଟ,୨/୨/୨୦୨୧----+୧୦,୩୦

Blog Archive

Popular Posts