Breaking News

ରାୟପୁର ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି


 ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଖଣ୍ଡି ଗ୍ରାମ ପଞ୍ଚାୟତର ରାୟଖଣ୍ଡି ଶାସନର ଗ୍ରାମ ମୁଣ୍ଡରେ ଥିବା ନାରାୟଣୀଙ୍କ ପୀଠ ପରିସରରେ ଦୁତୀୟ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ଅପରାହ୍ନରେ ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଫୁଲ ଚନ୍ଦ୍ର ମିଶ୍ର, ଲିଲି ମିଶ୍ର  କର୍ତ୍ତାକର୍ତ୍ତୀ ଭାବେ ରହିଥିବା ବେଳେ  ପ୍ରଧାନ ଆଚାର୍ଯ୍ୟ ନୃସିଂହନାଥ ନନ୍ଦ ଓ ଲକ୍ଷ୍ମୀକାନ୍ତ ନନ୍ଦ ଅନ୍ୟ ପଣ୍ଡିତ ମାନେ ତିନି ଧରି ଯଜ୍ଞ କାର୍ଯ୍ୟ ସମାପନ୍ନ କରିଥିଲେ ।ପ୍ରତିଦିନ ସଂଧ୍ୟାରେ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା । ଗ୍ରାମରେ ଥିବା ଭଗତସିଂ  କ୍ଳବ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ବିଶ୍ୱଶାନ୍ତି ମହାଯଜ୍ଞ ପାଳିତ ହୋଇ ଆସୁଅଛି ବୋଲି ନରସିଂଙ୍ଗ ଆଚାର୍ଯ୍ୟ, ସୁକାନ୍ତ ମିଶ୍ରଙ୍କ ଠାରୁ ସୁଚନା ମିଳିଛି । 


ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୧----୫,୫୦

Blog Archive

Popular Posts