Breaking News

ପଞ୍ଚାୟତ ପ୍ରିମିୟର କ୍ରିକେଟ ଲିଗ ମ୍ୟାଚ


 ଡେଲାଙ୍ଗ ---- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସାଉରିଆ ଗ୍ରାମ ପଞ୍ଚାୟତର ଘୋରଡିଆ ଗ୍ରାମ ବାରବାଟି ଗ୍ରାମ ପଡିଆରେ ସ୍ୱାଧୀନ ସେବା ସଂସ୍ଥା ପକ୍ଷରୁ ପଞ୍ଚାୟତ ସ୍ତରୀୟ ପ୍ରିମିୟର କ୍ରିକେଟ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ସୋମବାର ଏହି ମ୍ୟାଚର ୧୨ ତମ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରେଣ୍ଡସ ଇଲେଭେନ କ୍ରିକେଟ କ୍ଳବ ସହିତ କାକା ଇଲେଭେନ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରେଣ୍ଡସ ଇଲେଭେନ ଟଚ ଜିତି ବ୍ୟାଟିଂ କରି ୧୬ ଓଭରରେ ୪ ଉଇକେଟ ବିନିମୟରେ ୧୫୧ ରନ କରିଥିଲା । ଚବାବାରେ କାକା ଇଲେଭେନ ଟିମ ସମସ୍ତ ଉଇକେଟ ହରାଇ ୧୦୦ ରନ କରିଥିଲେ । ୫୧ ରନରେ ପ୍ରେଣ୍ଡସ ଇଲେଭେନ କ୍ରିକେଟ ଟିମ ବିଜୟୀ ହୋଇଥିଲା । ବିଜୟୀ ଦଳର ବଗୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ  ଘୋଷଣା କରାଯାଇଥିଲା । ଆଲୋକ ପରିଡା, ବରେନ୍ଦ୍ର ସାମନ୍ତରାୟ ମ୍ୟାଚ ପରିଚାଳନା କରିଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୧---୫,୫୫

Blog Archive

Popular Posts