ସମ୍ଭାବନା ପରିବାର ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଟଣୀ :ଜଟଣୀ ସହରର ଅନ୍ୟତମ ସ୍ଵେଚ୍ଛାସେବୀ ସଂଗଠନ ସମ୍ଭାବନା ପରିବାର ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ବିଭିନ୍ନ ପ୍ରକାର ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଟାଉନହଲ ସ୍ରଷ୍ଠା ସମ୍ମୁଖ ଗାନ୍ଧୀ ପାର୍କ ଠାରେ ଅନୁଷ୍ଠାନର କର୍ମକର୍ତ୍ତା, ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ଖେଳାଳି ଏବଂ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଲିଫଲେଟ୍ ବଣ୍ଟନ କରି ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି ଉଦ୍ଧେଶ୍ୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ଦାଶ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା କ୍ରୀଡ଼ା ଅଧିକାରୀ ଲଲିତ ମହାନ୍ତି, ଜଟଣୀ ଥାନାର ସବ ଇନ୍ସପେକ୍ଟର ସନ୍ତୋଷ ଜେନା, କ୍ରୀଡ଼ାବିତ୍ ହେମନ୍ତ କୁମାର ସୁନ୍ଦରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସଡ଼କ ଦୁର୍ଘଟଣାର ଭୟାବହତା ସଂପର୍କରେ ଉପସ୍ଥିତ ଜନସାଧାରଣ ଓ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ଧାରଣା ଦେବା ସହ ପରିବେଶ ପ୍ରଦୂଷଣ ରୋକିବା ଦିଗରେ ସମସ୍ତଙ୍କୁ ଏବେଠାରୁ ସଚେତନ ହେବା ପାଇଁ ପରାମର୍ଶ ଦେଇଥିଲେ । ସଭା ଶେଷ ହେବା ପରେ ଅନୁଷ୍ଠାନର ଉପଦେଷ୍ଟା ଭାସ୍କର ଚନ୍ଦ୍ର ଡାକୁଆ ଉପସ୍ଥିତ ଅତିଥି ତଥା ଖୋର୍ଦ୍ଧା ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ବିଲୁପ୍ତ ବିପ୍ଳବ ଓଡ଼ିଶା ଅନୁଷ୍ଠାନର କର୍ମକର୍ତ୍ତା ଅରୁଣ କୁମାର ସାମନ୍ତରାୟ ଓ ପ୍ରଭାତ କୁମାର ରାଉତରାୟ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପରିବେଶ ସୁରକ୍ଷା ସଚେତନତା ଉପରେ ଏକ ସାଇକେଲ୍ ଶୋଭାଯାତ୍ରା କୁ ଅତିଥି ମାନେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ । ପ୍ରାୟ 50 ଟି ସାଇକେଲ୍ ରେ ଚାଳକ ମାନେ ପିତ ହଳଦୀ ରଙ୍ଗର ଟି ସାର୍ଟ ପିନ୍ଧି ଲିଫ ଲେଟ୍ ଧରି ସହର ପରିକ୍ରମା କରିବା ସହିତ ଆଇଆଇଟି ଅଭିମୁଖେ ଯାତ୍ରା ଆରମ୍ଭ କରି ପୁନର୍ବାର ସହର ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରିବାର ଦ୍ରୁଶ୍ୟ ବେଶ୍ ମନୋରମା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ପାତ୍ର, ଉପ ସଭାପତି ସୁକାନ୍ତ ନାୟକ, ସହ ସମ୍ପାଦକ ଅମୀନ ରାଉତ ଓ ନିତ୍ୟ ଜିତ୍ ଚମ୍ପତି, ସଂଗଠନ ସମ୍ପାଦକ ଦିଲୀପ ସିଂ, କୋଷାଧ୍ଯକ୍ଷ ରମାକାନ୍ତ ମହାରଣା, ଶୁଭେନ୍ଦ୍ର ଶତପଥୀ, ପ୍ରଶାନ୍ତ ସାହୁ, ପରେଶ ପଟ୍ଟନାୟକ, ଗୌରୀ ସାହୁ, ରାଜେଶ ପାଇକରାୟ, ସାମ୍ବାଦିକ ଇସମାଇଲ ଅଲ୍ଲୀ, ରଙ୍ଗନାଥ ବେହେରା, ମମତା ବେହେରା, ସଞ୍ଜୀବ କୁମାର ସେଠୀ, ହୃଦାନନ୍ଦ କୋଦମା ସିଂ, ସୁବ୍ରତ କୁମାର ନାୟକ, ହରିହର ସ୍ୱାଇଁ, କେଦାର ବରାଳ ଓ ବେଣୁଧର ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ଜଟଣୀ -ରଙ୍ଗନାଥ ବେହେରା ,୧/୨/୨୦୨୧----- ୧,୩୫