କୁମକା ଜଙ୍ଗଲକୁ ସୁରକ୍ଷା ପାଇଁ ଅଣ୍ଟା ଭିଡିଲେ ଆଇନଜୀବୀ ହୃଷିକେଶ
ଡେଲାଙ୍ଗ ------ ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସର୍ବପୁରାତନ “କୁମୁକା ଜଙ୍ଗଲ “ର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଆଇନଜୀବୀ ହୃଷିକେଶ ପାଢ଼ୀ । ଡେଲାଙ୍ଗ ଅତିରିକ୍ତ ତହସିଲଦାରରଞ୍ଜନ କୁମାର ନାୟକଙ୍କ ଦ୍ୱାରା କୁମୁକା ଜଙ୍ଗଲ ସୁରକ୍ଷା ପାଇଁ ପ୍ରସାର ପ୍ରଚାର କରିବା ପାଇଁ ଏକ ବ୍ୟାନର ଲୋକାର୍ପଣ କରିଥିଲେ । ଫନି ପରେ ଜଙ୍ଘଲରେ ଯେଉଁ ଗଛଲତା ରହିଛି ସେମାନଙ୍କର ସୁରକ୍ଷା ନେବା ଆମପାଇଁ ଆବଶ୍ୟକତା ରହିଛି । ଗ୍ରାମ ମାନଙ୍କରେ ଥିବା ଜଙ୍ଘଲ ଏବେ ଧ୍ୱଂସାଭିମୁଖୀ, ଏହାକୁ ପୁନଃଉଦ୍ଦାର କରିବା ନିହାତି ଦରକାର ନଚେତ ଆମ ପରିବେଶ ସୁରକ୍ଷା ହୋଇପାରିବ ନାହିଁ । ଜଙ୍ଗଲ ସୃଷ୍ଟି କରିବା ପାଇଁ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ଜନସାଧାରଣଙ୍କୁ ସେ ନିବଦେନ କରିଥିଲେ । ଏହି କାର୍ଯ୍ୟକୁ ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ସାଧୁବାଦ ଦେଇଥିଲେ । ପରେ ପରେ ନିଜର ବ୍ୟାଟେରୀ ଚାଳିତ ଗାଡିରେ ଉକ୍ତ ବ୍ୟାନର ଲଗାଇ ଇନ୍ଦିପୁର ଓ କୁମୁକା ଜଙ୍ଗଲ ପର୍ଯ୍ୟନ୍ତ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----୧୦,୧୦