Breaking News

ବ୍ଳକ ପରିସରରୁ ଶାଗୁଆନ ଗଛ ଗାଏବ ଘଟଣା; ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ପରେ କେସରୁଜ ହେଲା

 ସାକ୍ଷୀଗୋପାଳ ------  ସତ୍ୟବାଦୀ ବ୍ଳକରୁ ଏକ ଶାଗୁଆନ ଗଛ ଗାଏବ ହୋଇଥିବା ନେଇ ଜନୈକ ବ୍ୟକ୍ତି ସତ୍ୟବାଦୀ ଥାନାରେ ୨୭ା୧୨ା୨୦୨୦ରେ ଲିଖିତ ଅଭିଯୋଗ କରିଥିଲେ । କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ ହେବାରୁ ରାଜ କିଶୋର ସେନାପତି ମାନ୍ୟବର ହାଇକୋର୍ଟରେ ସି,ଆର,ଏଲ.ଏମ.ପି ନଂ ୧୫/୨୧ରେ ଏକ ଅଭିଯୋଗ ଦାଖଲ କରିଥିଲେ ।ତାଙ୍କ ଅଭିଯୋଗକୁ ଗ୍ରହଣ କରି ୨୯ା୧ା୨୦୨୧ ପୁରୀ ଏସପିଙ୍କୁ ଏହା ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁରୀ ଏସପିଙ୍କ ନିର୍ଦ୍ଦେଶ ଅନୁସାରେ ସତ୍ୟବାଦୀ ଥାନା କେସନଂ୫୫/୨୦୨୧ରେ ଏକ କେସ ରୁଜ କରିଛନ୍ତି । ଏହି ଅଭିଯୋଗରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ତାଙ୍କ ସ୍ୱାମୀ ଶଙ୍କର ପ୍ରଧାନ ଓ ଲକ୍ଷ୍ମୀଧର ପଣ୍ଡାଙ୍କ ନାମ ରହିଛି । ଏ ସମ୍ପର୍କରେ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନଙ୍କୁ ପଚାରିବାରୁ ସେ କହନ୍ତି ଫନି ସମୟରେ ବ୍ଳକ ପରିସରରେ ବିଭିନ୍ନ ଗଛ ସବୁ ଭାଙ୍ଗିରୁଜି ରାସ୍ତା ଓ ଘର ଉପରେ ପଡି ରହିଥିଲା । ଏ ସମ୍ପର୍କରେ ଏକ ଆଲେଚନା କରାଯାଇ ଆଖ ପାଖ ଲୋକଙ୍କୁ ଡକାଯାଇ ଭାଙ୍ଗି ପଡିଥବା ଗଛପତ୍ର ନେବା ସହ ଦୁଗଲ ଗ୍ରାମ ପଞ୍ଚାୟତକୁ ରାସ୍ତା ଓ ବ୍ଳକ ପରିସରକୁ ସôଫା ସୁତରା କରାଯିବା ପାଇଁ ଲୋକଙ୍କୁ ଦିଆଯାଇଛି । ମାତ୍ର କେତେକ ହୀନ ରାଜନୈତିକ ବ୍ୟକ୍ତି ମାନେ ଆମକୁ ବଦନାମ କରିବା ପାଇଁ ହୀନଚକ୍ରାନ୍ତ କରିଛନ୍ତି ବୋଲି କହନ୍ତି । ଏହା ସଠିକ ତଦନ୍ତ କରିବାକୁ ବ୍ଳକ ଅଧ୍ୟକ୍ଷା ସ୍ୱାଗତ କରିଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----୧୦.୨୦

Blog Archive

Popular Posts