ଟୁଇଟର କରିବା ପରେ ବି କାର୍ଯ୍ୟନୁଷ୍ଠାନ ଶୁନ୍ୟ ; ବିଜୁ ସେତୁ ନର୍ମାଣରେ ବିଳମ୍ବ, ୪ ବର୍ଷ ହେଲା ।କମ ଅଧା କରିଦେଇ ଠିକାଦାର ଛୁ
ଡେଲାଙ୍ଗ ----- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ସିହବହ୍ମପୁର ପଞ୍ଚାୟତର ମଳିଗାଁ ଗ୍ରାମକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୪ ବର୍ଷ ହଲା ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ଏହାକୁ ନେଇ ଡେଲାଙ୍ଗ ଟୁଇଟର କ୍ଳବ ପକ୍ଷରୁ ରାଜ୍ୟ ସରକାରଙ୍କୁ ଟୁଇଟର ମାଧ୍ୟମରେ ସମସ୍ତ ତଥ୍ୟ ଜଣାଇଥିଲେ । ମାତ୍ର ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି । ଏହି ସେତୁଟି ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମାଧ୍ୟମରେ କରାଯାଉଛି । ମାତ୍ର ବିଭାଗୀୟ ସହକାରୀ ଯନ୍ତୀ ଏଠାରେ ଦୀର୍ଘ ଦିନ ଧରି ରହିବା ପରେ ତାଙ୍କ ମନମୁତାବକ କାର୍ଯ୍ୟ କରିଥାନ୍ତି ବୋଲି ଜନସାଧାରଣରେ ଅଭିଯୋଗ ହୋଇ ଆସୁଛି । ଅନ୍ୟ ପକ୍ଷେ ଏହି ସେତୁ ଟି ୨୦/୪/୨୦୧୬ରେ ଆରମ୍ଭ ହୋଇ ୧୯/୭/୨୦୧୭ରେ ଶେଷ ହେବ ବୋଲି ଉଲ୍ଲେଖ ରହିଛି । ମାତ୍ର ୪ ବର୍ଷରୁ ଅଧିକ ଦିନ ହୋଇଗଲା ଉକ୍ତ ଗ୍ରାମର ମୁଖ୍ୟ ରାସ୍ତା ଠିକାଦାର କାଟି ଦେଇ କାମ ବନ୍ଦକରି ଦେଇ ପଳାଇଛି । ଯାହା ପଳରେକି ଉକ୍ତ ଗ୍ରାମବାସୀଙ୍କ ସହିତ ଆଖ ପାଖର ପ୍ରାୟ ୧୦ ଗୋଟି ପଡା ଗ୍ରାମର ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ରାଜ୍ୟ ସରକାର ୫ଟି ଗଠନ କରିବା ସହ ଟୁଇଟର ମାଧ୍ୟମରେ ଅଭିଯୋଗ ଗ୍ରହଣ କରି ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଡିଣ୍ଡିମି ପିଟୁଛନ୍ତି ବୋଲି ପ୍ରମାଣ ହୋଇଛି । ସୁଚନାଯୋଗ୍ୟ ଯେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀଯନ୍ତ୍ରୀଙ୍କ ହାତମୁଠା ଏତେ ଟାଣ ଯେ ୫ଟି ସଚ୍ଚିବ ମଧ୍ୟ ତାଙ୍କ ଆଗରେ ହାର ମାନିଛନ୍ତି ବୋଲି ଗ୍ରାମବାସୀ ମାନେ କହିଛନ୍ତି । ଦେଖାଯାଉ ଏହି ସେତୁ ଉକ୍ତ ସହକାରୀଯନ୍ତୀ ଥିବା ସମୟରେ ହେଉଛି ନା ସେ ଏଠାରୁ ଗଲା ପରେ ହେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମାବସୀ ମାନେ କହନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----୧୦,୧୦