Breaking News

ପିଠା କାର୍ଯ୍ୟକ୍ରମ ପରେ ଏବେ ଆରମ୍ଭ ହେଲା ମୋ ପୁଷ୍ଟି କାର୍ଯ୍ୟକ୍ରମ


 ସାକ୍ଷୀଗୋପାଳ-----ଓଡିଶା ଜୀବିକା ମିଶନ ଓ ଗ୍ରାମ ପଞ୍ଚାୟତରେ ଗଡି ଉଠିଥିବା ମହିଳା ମହାସଂଘଙ୍କ ସହଯୋଗରେ ମୋ ପୁଷ୍ଟି ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗଡମୃଗଶିରା ଗ୍ରାମ ପଞ୍ଚାୟତର ପାଟଯୋଶିପୁର ଗ୍ରାମରେ ଏହି ମହୋତ୍ସବ ପାଳିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚଓଜନପ୍ରତିନିଧି ମାନଙ୍କ ସହିତ ପଞ୍ଚାୟତର ମହାସଂଘର ସଭାନେତ୍ରୀ ଶୁଚିତ୍ରା ଦାସ, ସମ୍ପାଦିକାବନପିୟା ବଳବନ୍ତରାୟ ଏବଂ ମହାସଂଘଙରଏମ.ବି କେ, ଝୁନୁ ବେହେରା, ସି,ଆ.ପି, ଅଙ୍ଗନୱାଡି କର୍ମୀ, ଆଶାଦିଦି ପ୍ରମୁଖ ଉପସ୍ଥିତ ରହିଥିଲେ । ମହିଳା ଗୋଷ୍ଠୀର ୨୯୨ ଜଣ ମହିଳା ସଦସ୍ୟା ମାନେ ନିଜ ନିଜ ବାଡି ବଗିଚାରେ କରିଥିବା ଫଳ, ପନିପରିବା ସହିତ ପିଠା  ପ୍ରଦର୍ଶନ କରାଯାଇଥିଏେ । ଏହି ଅବସରରେ ଛୋଟ ଛୋଟ ପିଲା ମାନଙ୍କୁ ନେଇ ପୁଷ୍ଟି ସାର ସମ୍ବନ୍ଦୀୟ ପ୍ରତିଯୋଗିତା କରାଯାଇଥିଲା । ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ପିଲାମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବା ପାଇଁ  ପୁରୁଷ ଓ ମହିଳା ମାନଙ୍କର ଭିଡ ପରିଲକ୍ଷିତ ହୋଇଥିଲା । ଶେଷରେ  ଝୁନୁ ବେହେରା ଧନ୍ୟବାଦ ଦେଇଥିଲେ ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୨/୨୦୨୧--୧୧,୩୦

Blog Archive

Popular Posts