ଡେଲାଙ୍ଗ ବ୍ଳକର ହାଇସ୍କୁଲ ଗୁଡିକରେ କୋଭିଡ ଗାଇଡ ସଚେତନତା
ଡେଲାଙ୍ଗ-- ଡେଲାଙ୍ଗ ବ୍ଳକ ଶିକ୍ଷା ଅଧିକାରୀଙ୍କ ତତ୍ୱବଧାନରେ ସମସ୍ତ ହାଇସ୍କୁଲରେ ଅଧ୍ୟୟନରତ ଦଶମ ଛାତ୍ର ଛାତ୍ରୀ ମାନଙ୍କୁ କୋଭିଡ ଗାଇଡ ସମ୍ପର୍କରେ ସଚେତନତା କରାଯାଇଥିଲା । ବିଶେଷ କରି କୋଭିଡ ଗାଇଡି ଲାଇନକୁ ମାନିବା ସହ ସେମାନଙ୍କର ଆତ୍ମବିଶ୍ୱାସ ବଡାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ମାଟ୍ରିକ ପରୀକ୍ଷା ପାଇଁ ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ କରାଯାଇଥିବା ଗାଇଡି ଲାଇନ ଜାରି କରାଯାଇଛି ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନତା କରାଯାଇଥିଲା । ପିଲାମାନେ ଯେପରି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ହୋଇ ପାରିବେ ସେଥିପ୍ରତି ଅବିଭାବକ ମାନେ ସତର୍କ ରହିବା ଆବଶ୍ୟକତା ରହିଛି । ଏହି କାର୍ଯ୍ୟକ୍ରମକୁ ତିନିଜଣ ମହିଳା କାଉନସିଲର ଓ ଶିକ୍ଷୟତ୍ରୀ ଲକ୍ଷ୍ମୀପିୟା ଦାଶ, ରେଣୁବାଳା ମହାପାତ୍ର, ଅନ୍ନପୂର୍ଣ୍ଣ ହରିଚନ୍ଦନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୧----୧୦,୦୫