Breaking News

ଗାନ୍ଧିଜୀଙ୍କ ଉପରେ ସ୍ୱତନ୍ତ୍ର ୱେବ ସାଇଟ୍ ମନ୍ତୀଙ୍କ ଦ୍ୱାରା ଉନ୍ମୋଚିତ

  ବରୀ -ଯାଜପୁର ସର୍କିଟ୍ ହାଉସ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ  ଗାନ୍ଧିୀ ସଂଗ୍ରାହକ ଅଶୋକ କୁମାର ସାହୁ ଓ ସ୍ୱଚ୍ଛ ଭାରତ ପ୍ରମୋଟର ସାଇ ରାମ ଗାନ୍ଧିଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ୱେବ୍ ସାଇଟ ଉନ୍ମୋଚିତ ହୋଇଯାଇଛି । ଏଥି ସହିତ  ଶ୍ରୀ ସାହୁଙ୍କ ପକ୍ଷରୁ  ଗାନ୍ଧୀଙ୍କ ସମ୍ପର୍କରେ  ପ୍ରକାଶିତ ବିଭିନ୍ନ ଭାଷାର ଖବର କାଗଜ  ପ୍ରଦର୍ଶିତ ହେବା ସହ ଅନେକ ତଥ୍ୟ ଦେଖିବାକୁ ମିଳିଛି । ରାଜ୍ୟ ସୂଚନା ଓ ପ୍ରଯୁକ୍ତି  ଭିନ୍ନକ୍ଷମ  କଲ୍ୟାଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ସ୍ୱତନ୍ତ୍ର ଗାନ୍ଧୀ ୱେବ ସାଇଟ୍‌( ଓଡିଶା  ଗାନ୍ଧି ଡଟ୍ କମ୍‌)କୁ ଉଧଘାଟନ କରିଥିଲେ । ଓଡିଶାରେ ଗାନ୍ଧିଜୀଙ୍କ ପ୍ରତ୍ୟେକ କାର୍ଯ୍ୟକୁ ମନେ ରଖିବା ପାଇଁ ଏହି ୱେବ ସାଇଟ୍ ଟି ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ । ଏହି ଅବସରରେ ଗାନ୍ଧିଜୀଙ୍କ ଗ୍ରସ୍ତର ଏକ ଶହ ବର୍ଷ ପୁର୍ତ୍ତି ଉପଲକ୍ଷେ ସାରା ଓଡିଶାରେ ଗାନ୍ଧୀ ଦର୍ଶନର ପ୍ରଚାର   ପ୍ରସାର ପାଇଁ ଏହି ୱେବ ସାଇଟ୍‌ଟି ସହାୟକ ହେବ ବୋଲି ଗାନ୍ଧୀ ବେଶ ଧାରୀ ସାଇରାମ କହିଛନ୍ତି । 

ବରୀରୁ ଦର୍ଶନ ବେହେରା, ୨/୨/୨୦୨୧----12,30




Blog Archive

Popular Posts