ବରକେରାରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ
ଡେଲାଙ୍ଗ-----ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ମୁନିନ୍ଦା ଗ୍ରାମ ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ମଙ୍ଗଳବାର ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳିତ ହୋଇଯାଇଛି।ସନ୍ତୁଳିତ ପରିବେଶ ମଧ୍ୟରେ ଉଦ୍ଭିଦ ଓ ପ୍ରାଣୀମାନଙ୍କର ସହାବସ୍ଥାନ ତଥା ବିଶ୍ଵ ସଚେତନତା ପାଇଁ ପ୍ରତିବର୍ଷ ଫେବୃୟାରୀ ଦୁଇ ତାରିଖରେ ବିଶ୍ଵ ଆର୍ଦ୍ରଭୂମି ଦିବସ ପାଳନ ହୋଇଆସୁଛି ।୧୯୭୧ମସିହାରୁ କାସ୍ପିଆନ ସାଗରର ଉପକୂଳରେ ଥିବା ରାମସାର୍ ର ଇରାନୀୟ ମହାନଗରକୁ ପୋଷ୍ୟଭୂମି ଭାବେ ଗ୍ରହଣ କରି ଏହାକୁ ପାଳନ କରାଯାଇଥିଲା। ଏହି ଅବସରରେ ବରକେରାରେ ଏଥିପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ସେଠୀ। ଶିକ୍ଷକ ତଥା ପରିବେଶ ପ୍ରେମି ମିଟୁ କିଶୋର ପ୍ରଧାନ, ଶିକ୍ଷୟିତ୍ରୀ ମଞ୍ଜୁଲତା ପ୍ରଧାନ, ଶିକ୍ଷକ ପର୍ଶୁରାମ ସାହୁ ବିରଞ୍ଚି ନାରାୟଣ ବରାଳ ,ସୁଧିର କୁମାର ଜେନା ,ପୁରୁଷୋତ୍ତମ ନାୟକ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ଙ୍କ ସହ ପୁରାତନ ଛାତ୍ର ପ୍ରଭାସ ଚନ୍ଦ୍ର ପରିଡା , ମାନସ ବିଶ୍ଵାଳ, ସୁକାନ୍ତ ପରିଡା, ବାପି ପରିଡା ପ୍ରମୁଖ ଯୋଗ ଦେଇଥିଲେ। ସନ୍ତୁଳିତ ପରିବେଶ ମଧ୍ୟରେ ଉଦ୍ଭିଦ ଓ ପ୍ରାଣୀମାନଙ୍କର ସହାବସ୍ଥାନ ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ।ସର୍ବ ଶେଷରେ ସୁଧୀର କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି , ୨/୨/୨୦୨୧-----୬,୦୫