ଝିଲିମିଣ୍ଡା ଜଗନ୍ନାଥ ହାଇସ୍କୁଲରେ ୧୯୮୫ ଓ ୧୯୮୮ ବ୍ୟାଚ୍ ର ବନ୍ଧୁ ମିଳନ
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ୧୯୮୫ ରୁ ୧୯୮୮ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀ ମାନେ ଅଧ୍ୟୟନ କରୁଥିଲେ ସେମାନଙ୍କ ମଧ୍ୟରେ ଏକ ବଂଧୁ ମିଳନ ମହା ସମାରୋହରେ ପାଳନ ହୋଇଯାଇଛି।ପୁରାତନ ଛାତ୍ର ତଥା ବର୍ତ୍ତମାନ ର ସରପଞ୍ଚ ସୁଧୀର କୁମାର ପ୍ରଧାନ ଉକ୍ତ ଉତ୍ସବରେ ସଂଯୋଜନା କରିଥିବା ବେଳେ ପୁରାତନ ଛାତ୍ର ହେମାଞ୍ଚଳ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ୧୯୮୫ ମସିହା ର ପ୍ରଥମ ପ୍ରଧାନ ଶିକ୍ଷୟତ୍ରୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଭାଲେନତିନା ପାଢୀ ସଭାପତି ଆସନ ଅଳଙ୍କୃତ କରିଥିଲେ।ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ, ପୂର୍ବତନ ଝିଲିମିନଂଡା ଏମ ଇ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ମେହେର,ବର୍ତ୍ତମାନ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଭୋଇଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଯୋଗଦାନ କରିଥିଲେ।ପୁରାତନ ଛାତ୍ରଛାତ୍ରୀ ମାନେ ପରିବାର ସହିତ ଆଲୋଚନା କରିଥିଲେ ଓ ଛାତ୍ରଛାତ୍ରୀମାନେ ମାନେ ପଢୁଥିବା ସମୟରେ ନିଜ ନିଜର ଅନୁଭୂତି ବର୍ଣ୍ଣନା କରିବା ସହ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ପ୍ରଶଂସା କରିବା ଭୁଲି ନଥିଲେ। ସ୍ଵର୍ଗତ ପ୍ରଧାନ ଶିକ୍ଷକ ହରିଶ୍ ଚନ୍ଦ୍ର ରଣା,ମାଖନୁ ଗୁରୁ, ଜୟଦ୍ରଥ ମେହେର ଓ ପୁରାତନ ଛାତ୍ର ଜିତେନ୍ଦ୍ର ପ୍ରଧାନ,ନୃପ ମୁଗୁରି,ସୁଶୀଲ ତରିଆ,ଡାଇନୁ ଭୋଇ,ଲକ୍ଷ୍ମୀକାନ୍ତ ହରିପାଲ୍ ଙ୍କର ଆତ୍ମା ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ପୁରାତନ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ପାଦଧୌତ କରିବା ସହ ପୁଷ୍ପମାଲ୍ଯ ସହିତ ଉପଢୌକନ ପ୍ରଦାନ କରିଥିଲେ।ପରିଶେଷରେ ଛାତ୍ର ଲକ୍ଷ୍ମଣ ପ୍ରଧାନ ଦୂର ଦୂରନ୍ତ ଆସି ଛାତ୍ର ଛାତ୍ରୀ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.... ୧୧/୨/୨୦୨୧----୯,୧୦