ଜଗନ୍ନାଥ ପ୍ରେମୀ ଓ ଭକ୍ତଙ୍କ ପାଇଁ ଖୁସି ଖବର
ପୁରୀ-- ଶ୍ରୀମନ୍ଦିର ଦର୍ଶନ ଏସଓପିରେ ହେଲା କୋହଳ। ଆସନ୍ତା ଶନିବାର ବଡସିଂହାର ବେଶରେ ପଦ୍ମବେଶ ଅନୁଷ୍ଠିତ ହେବାକୁ ଥିବା ବେଳେ ରବିବାର ମହାପ୍ରଭୁଙ୍କ ଏହି ଚିତାକର୍ଷକ ପଦ୍ମବେଶ ଦର୍ଶନ କରିପାରିବେ ଭକ୍ତ। ସେହିପରି ଆଗାମୀ ଦିନରେ ସାନିଟାଇଜେସନ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦହେବ ନାହିଁ । ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ କରାଯିବ ସାନିଟାଇଜେସନ। ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରିବା ସହ ତିନିଦ୍ୱାର ଦେଇ କରିବେ ପ୍ରସ୍ଥାନ। ଏବଂ ପ୍ରତି ରବିବାର ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲା ରହିବ। ସପ୍ତାହରେ ତିନିଦିନ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ଆନନ୍ଦବଜାରରେ ମହାପ୍ରସାଦ ସେବନ କଟକଣା ହଟିଲା। ଭକ୍ତମାନେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ କରିପାରିବେ। ତମାଖୁ ସେବନ କରୁଥିବା ଭକ୍ତଙ୍କ ଉପରେ ପୂର୍ବରୁ ଏକ ହଜାର ଟଙ୍କା ଫାଇନ ଥିଲେ ମଧ୍ୟ ଏବେ ଏକ ସ୍କ୍ୱାଡ ଗଠନ ହୋଇ ଆଦାୟ ହେବ ଫାଇନ। ଶ୍ରୀମନ୍ଦିରରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହେଲା । ପଲିଥିନ ବାହାରିଲେ ଶହେ ଟଙ୍କା ଆଦାୟ କରାଯିବ। ଦୀପଦାନ ଏକ ଡେଜିଂନେଟେଡ ପ୍ଲେସରେ କରିପାରିବେ ଭକ୍ତ। ଦର୍ଶନ ବ୍ଯବସ୍ଥାରେ ପୁରୀବାସୀଙ୍କ ପାଇଁ ରହିବନି ସ୍ୱତନ୍ତ୍ର ବ୍ଯବସ୍ଥା। ସମସ୍ତ ଭକ୍ତ ସକାଳ ୬ଟାରୁ ପ୍ରବେଶ କରିପାରିବେ। ସେପଟେ ରୁପାଦ୍ୱର ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ଦେଲେ ମୁଖ୍ୟ ପ୍ରଶାସକ। ଖୁବଶୀଘ୍ର ରୁପାଦ୍ୱର ନେଇ ଆରମ୍ଭ ହେବ ପ୍ରକ୍ରୀୟା। ଏଏସଆଇ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ଏଠାକୁ ରୂପା ଆସିଲେ ତାକୁ ସୁରକ୍ଷା ଦେବା ସହ ନିର୍ମାଣ ପାଇଁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯିବ। ଏପର୍ଯ୍ୟନ୍ତ ଡିଜାଇନ ଫାଇନାଲ ହୋଇନଥିବା ବେଳେ ରୂପା ଆସି ପହଞ୍ଚିଲେ ଖୁବଶୀଘ୍ର ଡିଜାଇନ ପ୍ରସ୍ତୁତ ହେବ। ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ମଧ୍ୟ ଦାତାଙ୍କ ଦ୍ୱାରା କରାଯିବ। ସେଥିପାଇଁ ପରିଚାଳନା କମିଟି ସଦସ୍ଯ ମାନେ ମୁମ୍ବାଇ ଯାଇ ଦାତାଙ୍କ ସହ ଆଲୋଚନା କରିଛନ୍ତି। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ ପ୍ରମୁଖଙ୍କ ଉପସ୍ଥିତିରେ ଏଭଳି ନିଷ୍ପତି ନିଆଯାଇଛି। ପୁରୀ ରୁ ଜୟନ୍ତ କୁମାର ସେଠୀ,୧୧/୨/୨୦୨୧-----୧୦,୪୦