Breaking News

ଇଟାଭାଟି ଖାଲରେ ପଡି ଯୁବକଙ୍କ ମୃତ୍ୟୁ


-ଯାଜପୁର ----ସବୁ ଆଡେ ଆଲୋକର ପର୍ବ ଦୀପାବଳୀ ଆୟୋଜନ ରେ ଲୋକେ ମସଗୁଲ ଥିବା ବେଳେ ଯାଜପୁର ଜିଲ୍ଲା ଜେନାପୁର୍ ଥାନା ଅନ୍ତର୍ଗତ ପଣସ ପଡିଆରେ ଯୁବକଙ୍କ ଅକାଳ ମୃତ୍ୟୁ ରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଘଟଣାରୁ ପ୍ରକାଶ ଏହିକି ଯେ   କୌଣସି କାରଣରୁ ପାଣି ଖାଲକୁ  ଯାଇଥିଲା ବେଳେ ଯୁବକ ସୁବାଷ ପରିଡା, ବୟସ ୩୮ ନିକଟସ୍ଥ ଇଟାଭାଟି ଖାଲକୁ ଯାଉଥିଲା ବେଳେ ଗୋଡ ଖସିଯିବାରୁ ଖାଲ ଭିତରେ ଥିବା ପାଣିରେ ବୁଡି ପ୍ରାଣ ହରାଇଥିଲେ।ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଡାକି ଡାକ୍ତରଖାନା ନେଲା ବେଳକୁ ଯୁବକର ମୃତ୍ୟୁ ଘଟିସାରିଥିଲା । ଜେନାପୁର୍ ଥାନା ଅଧିକାରୀ ଆଶିଷ ସାହୁ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟର ସତ୍ୟରଞ୍ଜନ ପାଢ଼ୀ ,୧୪-୧୧--୨୦/ ୭,୩୫

Blog Archive

Popular Posts