Breaking News

ଅଙ୍ଗନବାଡି ଶିଶୁ ଙ୍କୁ ପୋଷାକ ବଣ୍ଟନ


କୋଦଳା -ଶନିବାର କୋଦଳା ଅଙ୍ଗନବାଡି କେନ୍ଦ୍ର ଗୁଡିକ ରେ ବେଗୁନିଆପଡ଼ା ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଅଧୀକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ ଙ୍କ ନିର୍ଦ୍ଦେଶରେ  କୋମଳ ମତି ଶିଶୁ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଛି । ପ୍ରତ୍ୟକ ପିଲାଙ୍କୁ ଦୁଇହଳ ପୋଷାକ ପ୍ରଦାନ କରାଯାଇଛି । ବର୍ତ୍ତମାନ କୋଭିଡ କଟକଣା ଳାଗି ସମସ୍ତ ଶିକ୍ଷ୍ୟା ଅନୁଷ୍ଠାନ ଗୁଡିକ ବନ୍ଦ ହୋଇଥିବା ବେଳେ ଅଙ୍ଗନବାଡି କର୍ମୀ ଓ ସହାୟିକା ସେମାନଙ୍କ ଘରକୁ ଯାଇ ଖାଦ୍ୟ ପରିବେଷଣ କରୁଛନ୍ତି ।ଆଜି ଡେରାସାହି ଅଙ୍ଗନବାଡି କେନ୍ଦ୍ର ତରଫ ରୁ କର୍ମୀ ସବିତା ପାଢ଼ୀ ହିତାଧିକାରୀ ଶିଶୁ ଙ୍କ ଘର କୁ ଯାଇ ପୋଷାକ ବଣ୍ଟନ କରୁଥିବା ସମୟ ରେ ଅଚାନକ କୋଦଳା ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ସେଠାରେ ପହଞ୍ଚି କର୍ମୀଙ୍କ ସହିତ ଆଲୋଚନା କରି କୋମଳ ମତି ଶିଶୁଙ୍କୁ ନିଜ ହାତରେ ପୋଷାକ ପିନ୍ଧାଇବା ସହିତ ଆଉ ଏକ ହଳ ପ୍ରଦାନ କରିଥିଲେ ।ପୋଷାକ ପିନ୍ଧିବା ପରେ ଶିଶୁ କୁ ଦେଖି ଆଗ୍ରହ ପ୍ରକାଶ କରିଥିଲେ ।ସେହିପରି ଗଉଡ ସାହି , ରେଞ୍ଜର ବଙ୍ଗଳା ,ବାଉରି ସାହି କେନ୍ଦ୍ର କୁ ରାଜସ୍ୱ ନିରୀକ୍ଷକ ଶେଖର ସେଠୀ ଉପସ୍ଥିତ ରହି ପୋଷାକ ବିତରଣ କରିଥିଲେ ।
କୋଦଳା ରୁ ଆଶିଷ କୁମାର ପାତ୍ର ୧୪---୧୧---୨୦/ ୭,୫୦

Blog Archive

Popular Posts