Breaking News

ଚୋରା ବାଣ ଓ କିରୋସିନି ଜବତ୍




ଚଣ୍ଡିଖୋଲ - ବଡ଼ଚଣା ପୁଲିସ ପକ୍ଷରୁ ବିପୁଳ ପରିମାଣରେ ବାଣ ଜବତ ସହ ୬୦୦ ଲିଟର କିରୋସିନ ଜବତ ଘଟଣା ରେ ଜଣେ ଗିରଫ ହୋଇଥିବା ଜଣାପଡଛି । ଦୀପାବଳି ରେ ଯାଜପୁର ଜିଲ୍ଲା ବଡ଼ଚଣା ପୁଲିସ ପକ୍ଷରୁ ବିପୁଳ ପରିମାଣରେ ବାଣ ଜବତ କରା ଯାଇଛି । ଏହି ଘଟଣା ରେ ଦୁଇ ଜଣ ଅଟକ ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସରକାର ଙ୍କ ନିର୍ଦେଶ କ୍ରମେ ବାଣ ବିକ୍ରି ନେଇ କଟକଣା ଲାଗି ଥିବା ବେଳେ. କିଛି ଅସାଧୁ ବ୍ୟବସାୟୀ ଚଣ୍ଡିଖୋଲ ଛକ ରେ ଚୋରାରେ  ବେପାର କରୁ ଥିବା ପୋଲିସ ଖବର ପାଇଥିଲା ।  ବଡ଼ଚଣା ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ଅନ୍ୟ ପଟେ ବଡ଼ଚଣା ପୋଲିସ ପକ୍ଷରୁ ୬୦୦ ଲିଟର କିରୋସିନ ଜବତ କରାଯାଇ ଥିବା ବେଳେ ଜଣକୁ ଗିରଫ କରା ଯାଇଛି । ବଡ଼ଚଣା ଥାନା ଅଧୀନ ମଙ୍ଗରାଜପୁର ଗ୍ରାମ ରେ ଚୋରା କିରୋସିନ କାରବାର ହେଉ ଥିବା ବେଳେ ପୁଲିସ ଖବର ପାଇଁ ଚଢ଼ାଉ କରି  ଜଣକୁ ଗିରଫ କରିଛି । 
ଚଣ୍ଡିଖୋଲ ରୁ ସତ୍ୟରଞ୍ଜନ ପାଢ଼ୀ, ୧୪---୧୧---୨୦୨୦/ ୫,୧୦

Blog Archive

Popular Posts