ଶିଶୁ ପରି ଗଛର ଯନ୍ତ୍ୀ ନେବା ପାଇଁ ସଚେତନତା
ଡେଲାଙ୍ଗ---- ଶିଶୁ ପରି ଚାରାର ଯନ୍ତ୍ର ନେବା ଆବଶ୍ୟକ ବୋଲି ସବୁଜ ଡେଲାଙ୍ଗ ଟ୍ରଷ୍ଟର ଆବାହକ ତଥା ଆଇନଜୀବୀ ହୃଷିକେଶ ପାଢ଼ୀ କହିଛନ୍ତି । ବେରବୋଇ ଗାନ୍ଧୀ ପୀଠରେ ବାଣ ନ ଫୁଟାଇ ଦ୍ୱିପଦାନ କରିବା ପାଇଁ ଏକ ସଚେତନାତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଡେଲାଙ୍ଗ ଅଗ୍ନିଶମ ଅଧିକାରୀ ଚନ୍ଦ୍ରଶେଖର ଜେନା, ଆଗ୍ନିକ ସାରଦା ପ୍ରସାଦ ଜେନା ଓ କସ୍ତୁରବା ସେବା କେନ୍ଦ୍ରର ପରିଚାଳିକା କବିତା ରାଣୀ ପରିଡା ସଚେତନତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଶିଶୁ ଦିବସରେ ଶିଶୁ ମାନଙ୍କର ସୁରକ୍ଷା, ସେମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ନିର୍ଯ୍ୟାତନା ନ ଦେବା ପାଇଁ ଲୋକମାନଙ୍କୁ ସଚେତନତା କରାଇଥିଲେ । ଶିଶୁର ଯନ୍ତ୍ର ନେବା ପରି ଗଛର ଯନ୍ତ୍ର ନେବାକୁ ଶ୍ରୀ ପାଢ଼ୀ ଲୋକମାନଙ୍କୁ ଦୀପାବଳୀରେ ଆହ୍ୱନ ଦେଇଥିଲେ । ସେହିପରି ବାଣ ଫୁଟାଇ ପରିବେଶ ଦୂଷିତ ନ କରି ଦ୍ୱିପଦାନ କରିବା ସହ ବୃକ୍ଷ ରୋପଣ କରିବାକୁ ଲୋକମାନଙ୍କୁ ସଚେତନତା କରାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି