Breaking News

ଡେଲାଙ୍ଗରେ ଶିଶୁ ଦିବସରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା


 ଡେଲାଙ୍ଗ----- ରାଜ୍ୟରେ ମହାମାରୀ କରୋନା ଯୋଗୁ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଏହାକୁ ଲକ୍ଷ୍ୟ କରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଡେଲାଙ୍ଗ ବ୍ଳକର ବୀରପୁରୁଶୋତ୍ତମପୁର ଗ୍ରାମର ଜଗନ୍ନାଥ ଯୁବ କେନ୍ଦ୍ର କ୍ଳବ ତରଫରୁ ଶିଶୁ ଦିବସରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୩ବର୍ଷରୁ ୧୧ ବର୍ଷର ପିଲାମାନେ ଅଂଶ ଗ୍ରହଣ କରିଥିଲେ । କୁଇଜ, ଚିତ୍ରାଙ୍କନ, ସଂଗୀତ, ନାଚ, ସାଧାରଣବିଜ୍ଞାନ ପ୍ରତିଯୋଗିତା କରାଯାଇଥିଲା । ଗ୍ରାମର ପିଲାମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଯୁବକେନ୍ଦ୍ରର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କୋଭିଡ-୧୯ ଆଇନ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ପ୍ରସନ୍ନ କୁମାର ମିଶ୍ର, ପ୍ରଭାକର ମିଶ୍ର, ମନୋରଞ୍ଜନ ମିଶ୍ର ଯୋଗ ଦେଇକୃତୀ ପ୍ରତିଯୋଗି ମାନଙ୍କୁ ପ୍ରମାଣପତ୍ର ସହିତ ପୁରଷ୍କାର ପ୍ରଦାନ କରିଥିଲେ ।  ସୋନୁ, ମୁନା, ଲୁନା, ବାବା, ମିକା, ଚିକୁ, ତପୁ, ବାବୁ, ନିଳମାଧବ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଯୁବକେନ୍ଦ୍ରର ସଦସ୍ୟ ମାନଙ୍କ ଏପରି କାର୍ଯ୍ୟକ୍ରମକୁ ଗ୍ରାମାବସୀ ମାନେ ବେଶ ପ୍ରଶଂସା କରିଥିଲେ । ସୁନିଲ କୁମାର ଦାଶ ଚିତ୍ତ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ କରିବା ପାଇଁ ଯୁବକେନ୍ଦ୍ରର ସଦସ୍ୟ ମାନଙ୍କୁ ପ୍ରେରଣା ଓ ସହଯୋଗ ଯୋଗାଇ ଦେଇଥିଲେ । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts