ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିଶୁ ଦିବସ ପାଳନ କଲେ
ଡେଲାଙ୍ଗ ------ ରାଜ୍ୟରେ ମହାମାରୀ କରୋନା ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରହିଛି । ଏ ବର୍ଷ ପ୍ରଥମ କରି ବିନା ଛାତ୍ର ଛା୍ତ୍ରୀ ମାନଙ୍କ ଉପସ୍ଥିତିରେ ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତର ବରକେରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରୁ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଭାରତର ପ୍ରଥମ ପ୍ରଧାନାମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହୁରଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଇଥାଏ ।ଏହି ଅବସରରେ ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । କୋଭିଡ-୧୯ ଆଇନ ଅନୁଯାୟୀ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀ ଅଧ୍ୟକ୍ଷତା କରିଥିଲେ । ଶିକ୍ଷକ ତଥା ପରିବେଶ ବିତ୍ତି ମିଟୁ କିଶୋର ପ୍ରଧାନ, ମଞ୍ଜୁଲତା ପ୍ରଧାନ, ପର୍ଶୁରାମ ସାହୁ, ବିରଞ୍ଚି ନାରାୟଣ ବରାଳ, ସୁଧିର କୁମାର ଜେନା, ପୁରୁଷୋତ୍ତମ ନାୟକଙ୍କ ସହିତ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁବାଷ ଚନ୍ଦ୍ର ମାହୁନ୍ତ ଉପସ୍ଥିତ ରହି ନେହେରୁଙ୍କ ସ୍ମୃତି ଚାରଣ କରିଥିଲେ । ଶିଶୁ ଦିବସକୁ ମନେ ରଖିବା ପାଇଁ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଛି । ଶେଷରେ ଶିକ୍ଷକ ସୁଧୀର କୁମାର ଜେନା ଧନ୍ୟବାଦ ଦେଇଥିଲେ । ସେହିପରି ଡେଲାଙ୍ଗରେ ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଛାତ୍ର ଛାତ୍ରୀ ମାନଙ୍କ ବିନା ଉପସ୍ଥିତିରେ ଶିଶୁ ଦିବସ ପାଳନ ହୋଇଯାଇଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି