ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପାଖରେ ଦୀପଦାନ
ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖସ୍ଥିତ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ତଳେ ଦୀପାବଳି ଅବସରରେ ଦୀପ ଦାନ କରାଯାଇଛି । ମହାକାର୍ତ୍ତିକ ମାସ ଦୀପାବଳୀ ଅମାବାସ୍ୟାରେ ପିତୃ ପୁରୁଷଙ୍କୁ ଦୀପଦାନ କରାଗଲେ ପିତୁ ପୁରୁଷ ଆର୍ଶିବାଦ କରିଥାନ୍ତି ବୋଲି ଜନମାନସରେ କଥିତ ଅଛି । ସେହିପରି ଯେଉଁ ମାନେ କୌଣସି କାରଣରୁ ମହାଳ୍ୟାୟ ଶ୍ରାଦ୍ଧ ଦେଇ ନ ପାରିଥାନ୍ତି ସେମାନେ କାର୍ତ୍ତିକମାସ ଅମାବାସ୍ୟ ତିଥିରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାସହ ବଡବଡୁଆ ଡାକିଥାନ୍ତି । ଏହି ପରମ୍ପରା ଅନୁଯାୟୀ ଲୋକମାନେ ବିଭିନ୍ନ ମନ୍ଦିର ମାନଙ୍କରେ ବଡୁବଡୁଆ ଡାକିବା ସହ ଘରେ ମଧ୍ୟ ଏହି ପର୍ବ ପାଳିଥାନ୍ତି । ମାତ୍ର ଏ ବର୍ଷ ମହାମାରୀ କରୋନା ସବୁ ଛଡାଇ ନେଇଛି । ବିଶେଷ କରି ପୁରୀ ଜଗନ୍ନାଥ ମନ୍ଦିରରେ ଲୋକମାନେ ବାଇଶି ପାହଚରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ସହ ସେଠାରେ ବଡବଡିଆ ଡାକିଥାନ୍ତି । ଯାହାକି ଲୋକମାନେ କାଉଁରିଆ ଜାଳିଥାନ୍ତି । ଏହି ଅବସରରେ ସତ୍ୟବାଦୀ ଗୋପିନାଥ ସେବାୟତ ସଂଘର ସଭାପତି ଲିଙ୍ଗରାଜ ମହାପାତ୍ର, ସାମ୍ବାଦିକ ଧୀରେନ୍ଦ୍ର ସେନାପତି , ଗୋପବନ୍ଧୁ ସ୍ମୁତି ପରିଷଦର ସଭାପତି ଧୀରେନ୍ଦ୍ର ନାଥ ଦାସ, ସନ୍ତୋଷ କୁମାର ଦାସ ଓ ସତ୍ୟବାଦୀ ସାଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ମହାପାତ୍ର ଓ ଆଶିଷ ମହାପାତ୍ର, ଅଭିଜିତି ସେନାପତି, ହାପି ରଥ, ହାଡିବନ୍ଧୁ ମହପ।।ତ୍ର, ମାନସ କୁମାର ସାହୁ, ଆଦିତ୍ୟ ଖୁଣ୍ଠିଆ ପ୍ରମୁଖ ଗୋପବନ୍ଧୁଙ୍କ ପ୍ରତିମୂତ୍ତି ତଳେ ପଦୀପ ପ୍ରଜ୍ଜଳନ କରିଥିଲେ । ସେହିପରି ସଂଧ୍ୟା ପରଠାରୁ ଗାଁ ଗଣ୍ଡାରେ ପରିବାର ମାନଙ୍କ ପକ୍ଷରୁ ଦାଣ୍ଡ ଦୁଆର ଆଗରେ କାଉଁରିଆ, ଦୀପ, ମହମବତୀ, ତୁଳାରେ ପ୍ରସ୍ତୁତ କରାଯାଇଥିବା କାଠି, ଜଲାଇ ପିତୃ ପୁରଷଙ୍କୁ ଆହ୍ୱନ କରିବା ସହ ଆର୍ଶିବାଦ ଭିକ୍ଷା କରିଥାନ୍ତି । ଘରେ ଘରେ ଚୁଡାଘଷା, ବିଭିନ୍ନ ଫଳମୂଳ, ଚାଉଳରେ ପ୍ରସ୍ତୁତି ଛତୁଆ , ପିଠା ପଣା ଭୋଗ କରିଥାନ୍ତି । ଦୀପ ଆଲୋକରେ ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଆଲୋକମୟ ହୋଇ ଉଠେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି