Breaking News

ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତିତରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଶିଶୁ ଦିବସ ପାଳନ କଲେ

 ଛାତ୍ର ଛାତ୍ରୀଙ୍କ  ଅନୁପସ୍ଥିତିତରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ଶିଶୁ ଦିବସ ପାଳନ କଲେ  


ସାକ୍ଷୀଗୋପାଳ ----- ପ୍ରତି ବର୍ଷ ନଭେମ୍ବର ୧୪ ତାରିଖ ଜବାହାରଲାଲଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ ।  ମାତ୍ର ଏ ବର୍ଷ  ମହାମାରୀ କରୋନା ଯୋଗୁ ଇତିହାସରେ ପ୍ରଥମ କରି ବିନା ଛାତ୍ର ଛାତ୍ରୀରେ  ବିଦ୍ୟାଳୟ ମାନଙ୍କରେ ଶିଶୁ ଦିବସ ପାଳନ କରାଯାଇଥିବା ଜଣାପଡିଛି । କରୋନା ବହୁତ କିଛି ଶିକ୍ଷା ଦେଲା ବୋଲି ଶିକ୍ଷକ , ଛାତ୍ର ଛାତ୍ରୀ ଓ ବୁଦ୍ଧଜିବୀ ମାନେ କହନ୍ତି । ରାଜ୍ୟ ସରକାର ପିିଲା ମାନଙ୍କର ସୁରକ୍ଷା ଦୃଷ୍ଟିରୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ ରଖିଛନ୍ତି । ଅନ୍ୟ ପଟେ ରାଜ୍ୟ ଶିକ୍ଷା ବିଭାଗ ଶିକ୍ଷକ ଶିକ୍ଷୟତ୍ରୀ  ମାନଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରି ଅନଲାଇନି ମାଧ୍ୟମରେ ଶିିକ୍ଷା ଦାନ ଦେବାର  ବ୍ୟବସ୍ଥା କରିଛନ୍ତି । ମାତ୍ର ସରକାରଙ୍କ ଏହି ଯୋଜନା ବିଫଳ ବୋଲି ଜଣାପଡିଛି । କେଉଁଠି  ନେଟୱାର୍କ ନାହିଁତ କେଉଁଠି ଶିକ୍ଷକ, ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଯାଉନାହାନ୍ତି । ଏପରିକି କରୋନା ହୋଇଥିଲେ ମଧ୍ୟ ଶିକ୍ଷକ ଉପସ୍ଥାପନ ପଡିଛି । ସେ ଯାହା କିଛି ହେଉନା କାହିଁକି ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତି ରେ ପଣ୍ଡିତ ଜବାହାରଲାଲ ନେହେରୁ ଙ୍କ ଫଟୋ ଚିତ୍ରରେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶିଶୁ ଦିବସ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଅନ୍ୟ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ଉମାକାନ୍ତ ନାୟକ, ବିଶ୍ୱଜିତି ପ୍ରଧାନ, ଶଶୀଭୂଷଣ ବେହେରାଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ସତ୍ୟବାଦୀରେ ବିଭିନ୍ନ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି ।  

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୧୧/୨୦୨୦---- ୩, ୫୦

Blog Archive

Popular Posts