ବାଲୁକା ଶିଳ୍ପୀ କାର୍ତ୍ତିକଙ୍କ ଅନନ୍ୟ ପ୍ରୟାସ,ଭିନ୍ନ ଭିନ୍ନ ବାଲୁକା କଳାରେ ସଚେତନତା ଅଭିଯାନ
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ଲୋକଙ୍କୁ ସଚେତନ କରି ଦିନ କାଟୁଛନ୍ତି ଭେଡେନର ଯୁବ ବାଲୁକା ଶିଳ୍ପୀ କାର୍ତ୍ତିକ।ଏକ ମାତ୍ର ଲକ୍ଷ୍ୟ ରହିଛି ଲୋକଙ୍କୁ ସଚେତନ କରି କଳା ଯୁଦ୍ଧରେ ଆଗେଇ ଚାଲିଛନ୍ତି।ଏହି ଆକର୍ଷଣୀୟ ବାଲୁକା କଳାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମୁଛି।ବଦାନ୍ୟ ବ୍ୟକ୍ତି ମାନଙ୍କ ସହଯୋଗ ସହ ପ୍ରଶାସନ ର ନଜର ମଧ୍ୟ ରହିଛି।ବାଲୁକା ଶିଳ୍ପୀ ସରକାରୀ ସୁବିଧା ନପାଇ ତାଙ୍କ ଲୁପ୍ତ ରହିଥିବା ପ୍ରତିଭା ପ୍ରସ୍ଫୁଟିତ ହେଇ ପାରୁନଥିବା ଶିଳ୍ପୀ କାର୍ତ୍ତିକ କହନ୍ତି।ସତେ ଯେମିତି ବଣର ମଲ୍ଲୀ ବଣରେ ମଉଳି ଯିବ କି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି।ହେଲେ ଏବେବି ସେ ହାର ନ ମାନି ଭିନ୍ନ ଭିନ୍ନ ଧରଣର ଲୋକ କଳା ଓ ଜନ ସଚେତନତା ଉପରେ ଆଲୋକପାତ କରିଚାଲିଛନ୍ତି।କେତେବେଳେ କରୋନା ମହାମାରୀ ର ସଚେତନତା ବାର୍ତ୍ତା ତ ଆଉ କେତେବେଳେ ସମାଜରେ ବଳି ପ୍ରଥା କୁ ଉଚ୍ଛେଦ କରିବା ପାଇଁ ବାର୍ତ୍ତା ଦେଊଛନ୍ତି। କିଛି ଦିନ ପୂର୍ବରୁ ଦେବୀଙ୍କ ମୁଖ ମଣ୍ଡଳ ସହ ଆଜି ପୁଣି ଶିଶୁ ଦିବସ ଉପ ଲକ୍ଷେ ଶିଶୁ ଶ୍ରମିକ ଉପରେ ଏକ ବାଲୁକା କଳା ମାଧ୍ୟମରେ ଲୋକଙ୍କୁ ସଚେତନ କରିଛନ୍ତି।ଯଦି ସରକାରୀ ସ୍ତରରେ କିଛି ପଦକ୍ଷେପ ଗ୍ରହଣ କରାଗଲେ ଆଗକୁ ଏହି ବାଲୁକା କଳା ମାଧ୍ୟମ ରେ ନୂଆଁ କିଛି ପ୍ରଦର୍ଶିତ କରିପାରନ୍ତେ ବୋଲି ଶିଳ୍ପୀ କାର୍ତ୍ତିକ ନାୟକ କହିଛନ୍ତି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ ,୧୪----୧୧---୨୦ / ୭,୧୦