Breaking News

ସାକ୍ଷୀଗୋପାଳରେ ବୁଲା କୁକୁର ମାନଙ୍କୁ ଜଳାତଙ୍କ ଟିକା କରଣ କାର୍ଯ୍ୟକ୍ରମ


   ସାକ୍ଷୀଗୋପାଳ -------- ପୁରୀ ଜିଲ୍ଲାର ସତ୍ୟବାଦୀରେ ପ୍ରଥମ କରି ବୁଲା କୁକୁର ମାନଙ୍କୁ  ବିଭିନ୍ନ ଅନୁଷ୍ଠାନ ଓ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଜ୍ଞାନ ରଞ୍ଜନ ମିଶ୍ରଙ୍କ ସହଯୋଗରେ ଜଳାତଙ୍କ ଟିକା କରଣ କରାଯାଇଛି । ପୁରୀର ସାହିଭାଇ ସ୍ୱେଚ୍ଛାସେବୀ ଅନୁଷ୍ଠାନ , ଭୁବନେଶ୍ୱରର ସ୍ପିକ ଫର ଆନିମଲ, ପ୍ରାଣୀ ସମ୍ପଦ ବିକାଶ ବିଭାଗ ଓ ସତ୍ୟବାଦୀର କିଛି ଯୁବକ ମାନଙ୍କ ସହଯୋଗରେ ଏହି ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାକ୍ଷୀଗୋପିନାଥଙ୍କ ପାଖରେ ଦ୍ୱୀପ ପ୍ରଳ୍ୱଳନ କରିବା ସହ ଆଜ୍ଞାମାଳ ଅଣାଯିବା ପରେ ଟିକା କରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସାକ୍ଷୀଗୋପିନାଥ ଦେବ ମନ୍ଦିର ସମ୍ମୁଖ, ସେବକସାହି, ଦଳିତବସ୍ତି, ବଳରାମ ବଜାର, ମନ୍ଦିର ରାସ୍ତା, ଓ ବଜାରରେ ପ୍ରାୟ ୫୦ଟି  ବୁଲା କୁକୁର ମାନଙ୍କୁ ଧରି ଜଳାତଙ୍କ ଟିକା କରଣ କରାଯାଇଛି ।

ଏହା ସହିତ ସେମାନଙ୍କ ବେକରେ ରେଡିୟମ ବେଲଟ ବନ୍ଧା ଯାଇଛି । ଯାହାକି ଅନ୍ୟଦିନରେ ଏମାନଙ୍କୁ ସହଜରେ ଚିହ୍ନଟ କରିହେବ । ଜଳାତଙ୍କ ରୋଗ  ମୁକ୍ତ କରିବା ପାଇଁ  ଏହି କାର୍ଯ୍ୟକ୍ରମ କରାଯାଇଛି ବୋଲି ସ୍ପିକ ଫର ଆନିମଲର ଅଧ୍ୟକ୍ଷ କୁଶଲ ବିଶ୍ୱାସ କହିବା ସହ ଏହି ଟିକା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଯୋଗାଇ ଦେଇଥିବାରୁ  ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୁରୀ ସାହିଭାଇ ଅନୁଷ୍ଠାନର ସଦସ୍ୟ ଅଜୁ ମିଶ୍ର, ତନ୍ମମୟ ଚାଟାର୍ଜୀ, ଦୁଷନ୍ତଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳ ପ୍ରାଣୀ ଚକିତ୍ସା କେନ୍ଦ୍ରର ଅଧିକାରୀ ଡ. ଜ୍ଞାନ ରଞ୍ଜନ ମିଶ୍ର ଓ ତାଙ୍କ ସହଯୋଗୀ ମାନେ ବୁଲା କୁକୁର ମାନଙ୍କୁ ଧରି ଜଳାତଙ୍କ ଟିକା କରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅଭିଜିତି ସେନାପତି, ଶୁଭଦର୍ଶୀ ମହାପାତ୍ର, ଅଶୋକ ଖୁଣ୍ଟିଆ, ଗୌରହରି ପଟ୍ଟନାୟକଙ୍କ ସହିତ ଅନ୍ୟ ମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବିଶେଷ କରି ପଶୁ ଚିକିତ୍ସା ଅଧିକାରୀ ଶ୍ରୀ ମିଶ୍ରଙ୍କୁ ଜନସାଧାରଣ ଗୋ ସେବା ପାଇଁ  ସାଧୁବାଦ ଜଣାଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି , ୧୩/୧୧/୨୦---୭,୫୫  

Blog Archive

Popular Posts