ମଟର ସାଇକେଲରେ ଗାଈ ଦଉଡି ଲାଗି ଜଣଙ୍କର ମୃତ୍ୟୁ, ଜଣେ ଗୁରୁତର
ଡେଲାଙ୍ଗ ----- ମୃତ୍ୟୁ କେତେ ବେଳେ କେଉଁ ସମୟରେ ଆସେ ତାହା କହିବା କଷ୍ଟକର ହୋଇପଡେ । ଡେଲାଙ୍ଗ ଥାନା ଅନ୍ତର୍ଗତ ମଣିଜିପୁର ଗ୍ରାମର ଗଜେନ୍ଦ୍ର ପ୍ରଧାନ (୬୧) ଓ ସେହି ଗ୍ରାମର ଶୁଦର୍ଶନ ପତି (୨୫) ଡେଲାଙ୍ଗ ଷ୍ଠେସନ ବଜାରରୁ ଘରକୁ ମଟର ସାଇକେଲ ଯୋଗେ ଆସୁଥିଲେ । ମଣିଜିପୁର ରାସ୍ତାରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗାଈ ଦଉଡି ସହିତ ଖୁଣ୍ଟ ମଟର ସାଇକେଲରେ ଲାଗି ଯାଇଥିଲା । ଯାହା ଫଳରେକି ମଟର ସାଇକେଲ ପଛରେ ବସିଥିବା ଗଜେନ୍ଦ୍ର ଛିଟିକି ତଳେ ପଡି ଯାଇଥିବା ବେଳେ ଶୁଦର୍ଶନ ଗାଡି ସହିତ ପଡିଯାଇଥିଲେ । ଦୁଇ ଜଣଙ୍କୁ ପଥମେ ଡେଲାଙ୍ଗ ମେଡିକାଲରେ ପ୍ରାଥମିକ ଚିକିତ୍ସା ପାଇଁ ନିଆଯାଇଥିଲା । ପରେ ଭୁବନେଶ୍ୱର ପଠାଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ପଠାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଯାଇଛି । ଶବ ବ୍ୟବଛେଦ ହେବାପରେ ଶୁକ୍ରବାର ଅପରାହ୍ନରେ ଗଜେନ୍ଦ୍ରଙ୍କ ଶବ ମଣିଜିପୁର ଗ୍ରାମରେ ପହଞ୍ଚିବା ପରେ ଗାମ ମଶାଣୀରେ ଶବ ଦାହ କରାଯାଇଥିଲା । ଏବେ କଟକ ମେଡିକାଲରେ ଶୁଦର୍ଶନଙ୍କ ଅବସ୍ଥା ଭଲ ନଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି ୧୩/୧୧/୨୦--୭.୪୫