Breaking News

ରାସ୍ତା ଏବେ ମରଣଯନ୍ତା ପାଲଟିଛି : ଦୁର୍ଘଟଣା କୁ ଅପେକ୍ଷା




ଖୋର୍ଦ୍ଧା-----ଖୋର୍ଦ୍ଧା ଜିଲା ଗଡହଳଦିଆ ଗ୍ରାମପଞ୍ଚାୟତ ହଳଦିଆ ମେଡ଼ିକାଲ ଠାରୁ ଆଦିବାସୀ ସାହି ରାସ୍ତା ଓ ହଳଦିଆ ହାଟସାହି ଠାରୁ ନିମସାହି ରାସ୍ତା ଏବେ ମରଣଯନ୍ତା ପାଲଟିଛି ।ଏହି ରାସ୍ତା କିଛିଦିନ ପୂର୍ବରୁ ବ୍ଲକ ପ୍ରଶାସନ ଅନୁଦାନ ରେ ସିସିରୋଡ ନିର୍ମାଣ ହୋଇଥିଲା।ଅତିନିମ୍ନମାନର କାମ ହୋଇଥିବାରୁ ସିମେଣ୍ଟ ଛାଡିଯାଇ ରାସ୍ତା ଫାଟି ଖାଲଖମା ହୋଇଗଲାଣି। ରାସ୍ତା ମରାମତି ଅଭାବରୁ ନଷ୍ଟ ହୋଇ ଗଲାଣି ବୋଲି ଲୋକମାନେ କହନ୍ତି।ରାସ୍ତାର ଖାଲ ଖମାରେ ବର୍ଷା ପାଣି ଜମିରହିବା ଯୋଗୁଁ ଗାଡିମୋଟର ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି।ଏହି ରାସ୍ତା ହଳଦିଆ ମେଡ଼ିକାଲ ଛକରୁ ଆଦିବାସୀ ସାହି ରାସ୍ତା ଓ ହାଟସାହି ଠାରୁ ନିମସାହି ରାସ୍ତା ହଳଦିଆ ଗ୍ରାମପଞ୍ଚାୟତ ମୂଖ୍ୟ ରାସ୍ତା କୁ ସଂଯୋଗ କରିଛି।  ଏହି ରାସ୍ତା ଦେଇ ଆଖପାଖ ଅଂଚଳର ଲୋକ ଖୋର୍ଦ୍ଧା ଯିବାଆସିବା କରିଥାନ୍ତି।ଗତ ବର୍ଷ ଏହି ରାସ୍ତା ମରାମତି ପାଇଁ ସରକାରଙ୍କ ତହବିଲରୁ ଅର୍ଥ ଖର୍ଚ୍ଚ କରାଯାଇଥିଲା। ମାତ୍ର କାମ ଅତି ନିମ୍ନମାନର ହୋଇଥିବାରୁ ତାହା ନଷ୍ଟ ହୋଇଗଲା ବୋଲି ଲୋକମାନେ ଅଭିଯୋଗ ଆଣିଛନ୍ତି ।ସ୍ଥାନୀୟ ଲୋକେ ରାସ୍ତା ମରାମତି କରିବା ପାଇଁ ସ୍ଥାନୀୟ ସରପଞ୍ଚ, ଖୋର୍ଦ୍ଧା ବିଡିଓ ଜଟଣୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି ବୋଲି କହନ୍ତି । ଗଡହଳଦିଆ ଗ୍ରାମପଞ୍ଚାୟତ ର ଏହି ଦୁଇଟି ରାସ୍ତାର ପୁନ୍ଃରୁଦ୍ଧାର ଏବଂ ମରାମତି କେବେ ହେବ ସେ ସମ୍ପର୍କରେ ସ୍ଥାନୀୟ ସରପଞ୍ଚଙ୍କୁ ପଚାରିବାରେ ଏହି ଦୁଇଟି ରାସ୍ତା ଅତି ଦୟନୀୟ ଅବସ୍ଥାରେ ପଡିଛି ବୋଲି କହନ୍ତି । ଲୋକମାନଙ୍କ ର ଯାତାୟତ ରେ ବାଧା ଉପୁଜିଥିବା ବେଳେ ଅନେକ ଲୋକ ରାସ୍ତାରେ ପଡି ଖଣ୍ଡିଆ ଖାବରା ହୋଉଛନ୍ତି ବୋଲି ସେ କହନ୍ତି ।ରାସ୍ତା ସମ୍ପର୍କରେ ଖୋର୍ଦ୍ଧା ବିଡ଼ିଓ ଙ୍କ ସହିତ ସମିତି ସଭାରେ ଓ ଜିଲ୍ଲାପରିଷଦ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଛୁ ହେଲେ କେହି କର୍ଣ୍ଣପାତ କରିନାହାନ୍ତି। ମତେ ବ୍ଲକ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦେଲେ ରାସ୍ତା କାମ ହୁଅନ୍ତା ବୋଲି ସରପଞ୍ଚ କହନ୍ତି । 
ଖୋର୍ଦ୍ଧା ରୁ ପ୍ରଭାତ କୁମାର ମିଶ୍ର

Blog Archive

Popular Posts