Breaking News

ଯୁବକଙ୍କୁ ମାଡ ମାରିିି ଦୁଇ ଗିରଫ


ଡେଲାଙ୍ଗ -----ଡେଲାଙ୍ଗ ଷ୍ଟେସନ ବଜାରରେ ବୋଳକଣା ଗ୍ରାମର ଶଶାଙ୍କ କୁମାର ଛାଟୋଇ(୩୦) ବଜାର କାମ ସାରି ଡେଲାଙ୍ଗ ବଜାର ଓମଫେଡ ଷ୍ଟଲ ଆଗରେ ଠିଆ ହୋଇଥିବା ବେଳେ ହୁମର ଗ୍ରାମର ଦୁଇ ଜଣ ଯୁବକ ଆକ୍ରମଣ କରିଥିଲେ । ସେମାନେ ହେଲେ ହୁମର ଗ୍ରାମର ସର୍ବେଶ୍ୱର ବରାଳ (୨୬) ଓସୁନିଲ ମଲ୍ଲିକ(୧୯) ଥାନା ଗାଡିରେ ଆସିକି ଆମର ବ୍ୟାଟ ନେଇ ଆସିଲୁ କହିଁକି ବୋଲି କହି ତଳେ ପକାଇ ମାଡ ମାରିବା ସହ ତଣ୍ଟିଚିପି ଧରିଥିଲେ । ସେଠାରେ ଥିବା ଲୋକମାନେ ସେମାନଙ୍କ ଠାରୁ  ଉଦ୍ଦାର କରିଥିଲେ । ଡେଲାଙ୍ଗ ମେଡିକାଲରେ ଚିକିତ୍ସା ହେବା ପରେ ସେ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଶଶାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ଥାନା କେସନଂ ୧୨୦/୨୦ ରେ ଏକ କେସରୁଜ କରାଯାଇଛି । ଏହି ଅଭିଯୋଗରେ ସର୍ବେଶ୍ୱର ବରାଳ, ଓ ସୁନିଲ ମଲ୍ଲିକ ଗିରଫ କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ମିଳିଛି ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି   

Blog Archive

Popular Posts