Breaking News

ଦନ୍ତା ନଈ ରେ ଭାସିଯାଇ ଶିଶୁକନ୍ୟାଙ୍କ ମୃତ ଦେହ ଉଦ୍ଧାର



ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ଜଳ ମଗ୍ନ ହୋଇଛି । ବରଗଡ଼ ବ୍ଲକ ଜମୁର୍ର୍ଡ଼ା ସର୍ଲା ନିକଟରେ ବହି ଯାଇଥିବା ଦନ୍ତା ନଦୀର ବନ୍ୟାଜଳ ଦେଖିବାକୁ ଯାଇ ପୋଲ ଉପରୁ ଖସି ପଡ଼ି ଖରସ୍ରୋତ ରେ ଏକ ୪ବର୍ଷର ଶିଶୁକନ୍ୟା ଭାସି ଯାଇଥିଲେ। ଶିଶୁ କନ୍ୟା ଜଣକ ସର୍ଲା ଆନ୍ଧ୍ରପଡ଼ାର ଡି.ପୋଡ୍ଡିରାଜୁଙ୍କ ଝିଅ ଗିରିଜା ହର୍ଷିନୀ ୪ବର୍ଷ ବୋଲି ଜଣାପଡିଛି । ବରଗଡ଼ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦନ୍ତା ନଦୀରେ ଖୋଜାଖୋଜି କରୁଥିଲେ ମଧ୍ୟ ସନ୍ଧାନ ମିଳିପାରି ନ ଥିଲା ଯାହା ଆଜି ସକାଳୁ ଦନ୍ତା ନଈ ର ସ୍ରୋତ କମିବା ପରେ ଶିଶୁଟିର ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍ 

Blog Archive

Popular Posts