Breaking News

ପୁଣି ଉଛେଦ କାର୍ଯ୍ୟ ଆରମ୍ଭ ହେଲା ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରକୁ


ପୁରୀ - କୋଭିଡ ୧୯ ପାଇଁ ପୁରୀ ଶ୍ରୀମନ୍ଦିର ଚତୁର୍ପାଶ୍ୱ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ମାର୍ଚ୍ଚ ମାସରୁ ବନ୍ଦ ରହିଥିବା ବେଳେ ପୁଣି ଆଜି ଆରମ୍ଭ ହୋଇଛି  । ଶ୍ରୀମନ୍ଦିର ଐତିହ୍ୟ କରିଡର ପରିସରରୁ  ଉଛେଦ କାର୍ଯ୍ୟ ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି  । ଉପଜିଲାପାଳ ଭବତାରଣ ସାହୁଙ୍କ ନେତୃତ୍ରେ ଏହି ଉଛେଦ କାର୍ଯ୍ୟ ବାସେଳିସାହି ମୌଜାରୁ କରାଯାଉଛି  । ୭୫ ମିଟର ପରିଧି ଭିତରେ ରହିଥିବା ବାସେଳିସାହିର ଘରୋଇ କୋଠାକୁ ଭଙ୍ଗା ଯାଉଛି  । ତେବେ ଏ ନେଇ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଵେଳେ ଦୁଇଟି ଡ୍ରୋଜର ଲଗାଯାଇଛି  ।  ଉଛେଦ ଗଳି ଭିତରୁ କରାଯାଉଥିବାରୁ ଆଗ ଭାଇବ୍ରେଟର ଲଗାଯାଇ ଛାତକୁ କଣା କରାଯାଉଥିବା ସହ ତା ପରେ କୋଠାକୁ ଭଙ୍ଗା ଯିବ ବୋଲି ସୁଚନା ଦେଇଛନ୍ତି ଉପ ଜିଲାପାଳ  । ସେପଟେ ଶ୍ରୀମନ୍ଦିର ସୁରକ୍ଷା ବଳୟ  ୭୫ମିଟର ପରିଧିକୁ  ନେଇ ଶ୍ରୀମନ୍ଦିର ଚର୍ତୁପାର୍ସ୍ୱରୁ ୬୦ଭାଗ ଉଛେଦ ସରିଥିବା ବେଳେ କରୋନାକୁ ନେଇ କାର୍ଯ୍ୟ ବନ୍ଦ ରହିଥିଲା  । ହେଲେ ଏବେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁଣି ଉଛେଦ ଆରମ୍ଭ  କରାଯାଇଥିବା ଜଣାପଡିଛି । 
ପୁରୀ ରୁ ଜୟନ୍ତ କୁମାର ସେଠୀ

Blog Archive

Popular Posts