ଚୋରୀ ସାମଗ୍ରୀ ଉଦ୍ଧାର ୨ କୋର୍ଟ ଚାଲଣ
ବରୀ ----ଗତ ୨୦ ତାରିଖରେ ବାଲିଆପାଳ ଗ୍ରାମର ଧିରେନ୍ଦ୍ର ପୃଷ୍ଟିଙ୍କ ଘରୁ ଚୋରୀ ହୋଇଥିବା ନେଇ ବରୀ ରାମଚନ୍ଦ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗକୁ ଭିତ୍ତିକରି ବରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା । ଅଟିରା ଗ୍ରାମର ପ୍ରଦୀପ ମଲ୍ଲିକ( ନଣ୍ଡା)କୁ ଥାନାକୁ ଆଣି ପଚରା ଉଚରା କରି ତା ନିଜ ଘରୁ ସାଇକେଲ,ଗ୍ରାଇଣ୍ଡର,ପ୍ୟାନ, ପାଣି ମଟର,ଷ୍ଟାବିଲାଇଜର ଓ ଗ୍ୟାସ ଚୂଲା ସହିତ ରୋଷେଇ ସାମଗ୍ରୀ ଉଦ୍ଧାର କରାଯାଇଛି । ସଙ୍ଗେସଙ୍ଗେ କଂସା ବାସନ ବିକ୍ରୀ କରିଥିବା ହରିପୁର ର ଜୈନେକ ବ୍ୟବସାୟଙ୍କ ଘରୁ ଗରା, ଥାଳି,ନନ୍ଦା ଇତ୍ୟାଦି ଜବତ କରିଛନ୍ତି । ଏନେଇ ଥାନା ପକ୍ଷରୁ ୧୭୬ /୨୦ ନମ୍ବରରେ ଏକ ମାମଲା ରୁଜୁ କରି ୪୫୭/୩୮୦ ଓ ୪୧୧ ଆଇପିସି ଧାରାରେ ଚୋର ଓ ଚୋରୀ ଜନିିଷ କିଣିଥିବା ବ୍ୟକ୍ତିଙ୍କୁ ଡାକ୍ତରୀ ମାଇନା କରି କୋର୍ଟ ଚାଲଣ କରିଛନ୍ତି ବୋଲି ବରୀ ଥାନାର ଏସ,ଆଇ ଶ୍ରୀ ନାରାୟଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।
ଯାଜପୁର ବରୀରୁ ଦର୍ଶନ ବେହେରା