Breaking News

ନା ବାଳିକାକୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ ଅଭିଯୋଗରେ ଯୁବକ ଗିରଫ

 ସାକ୍ଷୀଗୋପାଳ----ସତ୍ୟବାଦୀ ଥାନା ଅନ୍ତର୍ଗତ ବାହ୍ମଣପଡା ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ବିପିନି ମହାପାତ୍ର ( ୨୨) ଜଣେ ନା ବାଳିକାଙ୍କୁ ଅର୍ଥ ଓ ବିବାହ ପ୍ରଲୋଭନ ଦେଖାଇ ୧୭ ତାରିଖ ରାତିରେ ବିପିନି ନେଇଯାଇଥିବା ନାବାଳିକାଙ୍କର ବାପା ଜାଣି ପାରିଥିଲେ । ପରେ ପରେ ପୁଆର ବାପା ସୁଦର୍ଶନଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ପରେ ସେ ବୁଝିବା ଏବଂ ପିଲାଙ୍କୁ ଖୋଜିବା ପାଇଁ କହିଥିଲେ । ପରେ ବିପିନି ଫୋନ ଯୋଗେ ବାପାଙ୍କ ସହ କଥା ହେବା ପରେ ଘରକୁ ନ ଫେରି ମିଲ ଘରେ ରହିଥିଲେ । ଝିଅର ବୟସ ହୋଇନାହିଁ ଏଣୁ ତାକୁ ନେଇଯାଅ ପୁଅତ ରାଜି ହେଉନାହିଁ । ବୟସ ହେଉ ଅନ୍ୟ କେଉଁଠି ବାହାଘର କରାଇଦେବା କହିଥିଲେ । ଅନ୍ୟ ପକ୍ଷେ ନା ବାଳିକା ସହିତ ୮ ଦିନ ରହିବା ସହ ତାର ଇଜ୍ଜତ ଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ୨୯୨/୨୦ ରେ ଏକ କେସରୁଜ କରି ଅଭିଯୁକ୍ତ ବିପିନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।  

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts