ଲଘୁଚାପ ଜନିତ ବର୍ଷା ପାଣି ନିଷ୍କାସନ ନ ହୋଇ ୨ହଜାର ଏକର ଧାନ ଫସଲ ନଷ୍ଟ ; ସ୍ଥିତି ପରଖିଲେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ;
ସାକ୍ଷୀଗୋପାଳ ------ ଲଘୁଚାପ ଜନିତ ବର୍ଷା ଯୋଗୁ ସତ୍ୟବାଦୀ ବ୍ଳକରେ ଶହ ଶହ ଏକର ଧାନ ଜମି ଏବେ ନଷ୍ଟ ହେବାକୁ ବସିଲାଣି । ଏପରିକି ରୁଆ ହୋଇଥିବା ଧାନଗଛ ସବୁ ପୋଚି ଗଲାଣି । ଏହା ଆଜି ବା କାଲିର ସମସ୍ୟା ନୁହେଁ । ବିଗତ ୧୫ ବର୍ଷରୁ ଅଧିକ ହେବ ନୂଆଗାଁ ଡ୍ରେନେଜରେ ବର୍ଷା ପାଣି ନିଷ୍କାସନ ସଠିକ ନ ହେବାରୁ ଏହି ସମସ୍ୟା ଦେଖାଯାଇଛି ବୋଲି ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ବ୍ଳକର ବଳରାମପୁରଗଡ, ପାରକେଣା, କଅଁଳପଡା, ଚକ୍ରପଡା, ତଣ୍ଡୁଳସାହି, ହରିପୁର, ବାଗଲପୁର, ମହୁରା, ପଦ୍ମପୁର, ଡିହସାହି ଓ ଡାଙ୍ଗୁରା ଆଦି ଗ୍ରାମର ପ୍ରାୟ ୨ ହଜାର ଏକର ଧାନ ଜମି ନଷ୍ଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ଚାଷୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ଏ ବର୍ଷ ଅଭିଯୋଗ ପାଇବା ମାତ୍ରେ ବିଧାୟକ ଉମାକାନ୍ତ ସାମନ୍ତରାୟ ତତ୍ୱବଧାନରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ସତ୍ୟବାଦୀ ତହସିଲଦାର ମନୋଜ କୁମାର ନାୟକ, ପୁରୀ ଡ୍ରେନେଜ ବିଭଗର ନିର୍ବାହୀ ଯନ୍ତ୍ରୀ ଭଗବାନ ଦାଶ, ଉପଖଣ୍ଡ ଅଧିକାରୀ ଦେବେନ୍ଦ୍ର ନାରାୟଣ ଷଡଙ୍ଗୀ, ସହକାରୀ ଯନ୍ତ୍ରୀ ସଞ୍ଜୟ ପଣ୍ଡା, ସାକ୍ଷୀଗୋପାଳ ସହକାରୀ କୃଷି ଅଧିକାରୀ ସାନ୍ତା ସୁଚରିତା ଦାଶଙ୍କ ସହିତ ଜିଲ୍ଲା ପରିଷଦସଭ୍ୟ ଧୃବଚରଣ ଦାଶ, ସରପଞ୍ଚ ନିରଞ୍ଜନ ମହାରୀ, ପବିତ୍ର ମୋହନ ପ୍ରଧାନ, ରଶ୍ମିତା ପ୍ରଧାନ ଓ ବାସନ୍ତୀ ବେହେରା , ସାମାଜିକ କର୍ମୀ ପ୍ରଫୁଲ ମିଶ୍ର ପ୍ରମୁଖ ଏକ ଟିମ ଜମି ରହିଥିବା ଧାନଜମିରେ ବର୍ଷା ଜଳ ଅନୁଧ୍୍ୟାନ କରିଥିଲେ । ଚାଷୀ ମାନେ ବିଧାୟକଙ୍କୁ ଅଭିଯୋଗ ଆଣିଥିଲେ ଯେ ଡ୍ରେନେଜ ବିଭାଗ ଉକ୍ତ ଖଲାସି ପ୍ରତି ସଠିକ ନଜର ଦେଉ ନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛିା ବିଧାୟକ ଶ୍ରୀ ସାମନ୍ତରାୟ ତହସିଲଦାରଙ୍କୁ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ଏହି ସମସ୍ୟା ବହୁ ଶିଘ୍ର ଦୂର ହେବ ବୋଲି ଉପସ୍ଥିତ ଚାଷୀ ମାନଙ୍କୁ ବିଧାୟକ କହିଥିଲେ । ଏ ସମ୍ପର୍କରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ସହିତ ନିଜେ ବିଧାୟକ ଆଲେଚନା କରି ଉକ୍ତ ଡ୍ରେନେଜର ପୁନଃ ଉଦ୍ଦାର କରିବା ପାଇଁ ୮ କୋଟ ଟଙ୍କା ବ୍ୟୟ ମଞ୍ଜୁର କରିଥିବା ସହ ଉକ୍ତ କାମ ପାଇଁ ଟେଣ୍ଡର ସରିଛି ବୋଲି ବିଧାୟକ ଶ୍ରୀ ସାମନ୍ତରାୟ ଚାଷୀ ମାନଙ୍କୁ କହିଥିଲେ । ଏହାର କାମ ୧୪ ମାସ ମଧ୍ୟରେ ଶେଷ କରାଯିବ । ଉକ୍ତ ଡ୍ରେନେଜ ବଳରାମପୁରଗଡ ଠାରୁ ଖୋଳାଯିବ ବୋଲି ବିଧାୟକ ଚାଷୀ ମାନଙ୍କୁ ପ୍ରତିଶ୍ୃୁତି ଦେଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି