Breaking News

ଅଶାଳିନ ମନ୍ତର୍ବ କୁ ନେଇ ପୂର୍ବତନ ଅଧ୍ୟକ୍ଷା ବରୀ ବିଧାୟିକା ନାମରେ ଦେଲେ ଏତଲା

  ବରୀ---ଚଳିତ ମାସ ୧୯ ତାରିଖରେ ବରୀ ବିଜେଡିର ମିଶ୍ରଣ ପର୍ବ ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ଅନୁଷ୍ଟିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଦଳିୟ କର୍ମକର୍ତ୍ତା  ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ  ବରୀ ବିଧାୟିକା ସୁନନ୍ଦା ଦାସ ପୂର୍ବତନ  ବରୀ ବ୍ଲକ ଅଧ୍ୟକ୍ଷା ଭାରତୀ ବେହେରାଙ୍କୁ  ଆଶାଳିନ ମନ୍ତବ୍ୟ ଦେଇ ଥିଲେ ଏହା ସହିତ ତାଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ମଧ୍ୟ ତାଙ୍କୁ  ଏକ ଘାଟିଆର ସ୍ତ୍ରୀ ବୋଲି  ଆକ୍ଷେପ କରିଥିଲେ । ଏ ନେଇ ଶ୍ରମତୀ ବେହେରା  ବରୀ ଥାନାରେ  ଏକ ଲିଖିତ ଅଭିଯୋଗ କରିବା ସହିତ  ମଧ୍ୟାହ୍ନରେ ତାଙ୍କ ବରୀ ବାସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ଏ କଥା କହିଛନ୍ତି ।  ଭାରତୀ ବେହେରା ବିଧାୟିକାଙ୍କ ନାମରେ ଏକ ଏତଲା ଥାନାରେ  ଦେଇଥିବା କଥା ମଧ୍ୟ ଉପସ୍ଥିତ ଥିବା ଗଣମାଧ୍ୟମ ମାନଙ୍କ ଆଗରେ ପ୍ରକାଶ କରିଛନ୍ତି ।  ବିଧାୟିକା ତାଙ୍କୁ ବେଶ୍ୟା କହିବା ସହିତ ଏଠାରୁ  ତୁରନ୍ତ ବିତାଡିତ କରିବା ପାଇଁ ଧମକ ଦେବା ସହିତ ବରୀ ଜନସାଧାରଣକୁ ଉସୁକାଇବା ଅଭିଯୋଗ ହୋଇଛି । ମୁଁ ୨୦ ବର୍ଷ ଧରି ବିଜେଡି ରାଜନିତିରେ ରହିଛି ସରପଞ୍ଚ ହେବା ସହିତ ବରୀ ବ୍ଲକରେ ଅଧ୍ୟକ୍ଷା ହୋଇଛି ବର୍ତ୍ତମାନ ମଧ୍ୟ ଧାରପୁର ପଞ୍ଚୟତର ସମିତି ସଭ୍ୟା ଅଛି ।  ବିଜେଡି ମୋ ଦଳ ଓ ନବୀନ ବାବୁ ମୋ ନେତା ବୋଲି କହିବା ସହିତ ବର୍ତ୍ତମାନର ବିଧାୟିକ ବିଭିନ୍ନ ଦଳରେ ରହି ନବୀନ ବାବୁଙ୍କ କୁଶ ପିତୁଳା  ଅତିତରେ ବହୁବାର ଦାହ କରିଛନ୍ତି । ନବୀନ ବାବୁ ଙ୍କ ଗାଁକୁ କାମ ମାଆ କୁ ସମ୍ମାନ କୁ ସେ କେବେବି ସମ୍ମାନ ଦିଅନ୍ତି ନାହିଁ ବୋଲି ମିଶ୍ରଣ ପର୍ବରେ ତାଙ୍କ ମନ୍ତବ୍ୟ ସଭାରେ ପ୍ରମାଣିତ କରିଛି । ମତେ ସେ ଯେଉଁ ଭଳି ଭାବେ ଆଶାଳିନ ଓ ଅଭଦ୍ର ଭାଷା ପ୍ରୟୋଗ କରିଛନ୍ତି  କୈାଣସି ମହିଳା ଜଣେ ମହିଳାଙ୍କୁ ଏଭଳି ମନ୍ତବ୍ୟ ଦେଇଥିବା ନଜିର ନାହିଁ । ବିଧାୟିକା ହୋଇ ସେ ଅନ୍ୟ ଜଣେ ମହିଳାଙ୍କୁ ବେଶ୍ୟା ଆକ୍ଷେପ କରିବା କେତେଦୂର  ଯୁକ୍ତିଯୁକ୍ତଏବିଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ପ୍ରଦାନ କରିବେ ବୋଲି ଯୋଡ ହସ୍ତରେ ନିବେଦନ କରୁଅଛି । ସେ କେବଳ ମତେ ବେଶ୍ୟା କହି ନାହାନ୍ତି  ଏହା ବରୀର ମାଆ, ମାଉସୀ, ଭଉଣିଙ୍କ ସମ୍ମାନ ପ୍ରତି କୁଠାରଘାତ କରିଛି ।  ତୁରନ୍ତ ନ୍ୟାୟ ନ ପାଇଲେ ଏସପିଙ୍କ ଠାରୁ ଆରମ୍ଭ କରି ଡିଜି ପୋଲିସ ଗୃହ ସଚିବ, ମହିଳା କମିସନ ଅଧ୍ୟକ୍ଷା, ମାନ୍ୟବର ବାଚସ୍ପତି ଓ ମହାମହିମ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ମାଗିବି ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ବେହେରା କହିଛନ୍ତି । । 

ଯାଜପୁର ବରୀରୁ ଦର୍ଶନ ବେହେରା

Blog Archive

Popular Posts