Breaking News

ଲଗାଣ ବର୍ଷାର ତାଣ୍ଡବରେ ବାସହରା ହେଲେ ଅନେକ ପରିବାର


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ଲଘୁଚାପର ଲଗାଣବର୍ଷା ତାଣ୍ଡବରେ ଅତାବିରା ଅଞ୍ଚଳର ଅନେକ ସ୍ଥାନରେ ଲୋକଙ୍କ ଘରଦ୍ୱାର ଉଜୁଡି ଯାଇଛି  । ଲୋକମାନେ ବାସହରା ହୋଇ ରାହା ଖୋଜୁଛନ୍ତି ଟିକେ ଆଶ୍ରୟ ପାଇଁ। କିଏ ସ୍କୁଲରେ ଆଶ୍ରୟ ନେଉଛି ତ ଆଉ କିଏ ପର ପିଣ୍ଡାରେ।
ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ଭଳି ବହୁ ଜିନିଷ ପତ୍ର ନଷ୍ଟ ହେବା ସହ ଘର କାନ୍ଥ ପଡିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ପାଲି ବୁଗବୁଗାରେ ରାତିରେ ଘରେ ଶୋଇଥିବା ସମୟରେ ମାଟି ଘର କାନ୍ଥ ଭୁଶୁଡି ପଡି ଲକ୍ଷ୍ମଣ ଭୁଏ ଓ ନେତ୍ରମଣି ମିର୍ଧାଙ୍କ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି ।  ଟୋପ ଖଳିଆ ପାଳିରେ ଅନ୍ତର୍ଜାମୀ ଦେବତାଙ୍କ ରୋଷେଇ ଘର ଭାଙ୍ଗି ଯାଇ ଅଳ୍ପକେ ବର୍ତ୍ତି ଯାଇଥିଲେ ମହିଳା।
ଠିକ ସେହିପରି ଟାଙ୍ଗର ପାଳିର ରୁଝେନ ମାଲ ଓ ଆମ ଝଏର ର ସତ୍ୟନାରାୟଣ କରାଳି,ସୁରେଶ୍ୱର କରାଳି ଙ୍କ ଘର,ବୃନ୍ଦାବନ ଧରୁଆ,ଆଲ୍ଲାଦିନି ଦାଶ,ଦୟାନିଧି ଭୁଏ,ରତ୍ନାକର ମହାପାତ୍ର,ସୁଜାତା ଭୁଏ, ସୁବର୍ଣ୍ଣ ଭୁଏ,ବିଧବା ଟିକେନନୀ ଛତ୍ରିଆ ଓ ଭିନ୍ନକ୍ଷମ ଫୁଲ କଣ୍ଟା ଆଦି ୭ପରିବାର ଙ୍କ ଘର ଭାଙ୍ଗିଯିବା ଫଳରେ ଏବେ ଗାଁ ସ୍କୁଲରେ ଆଶ୍ରୟ ନେଇଥିବା ଜଣା ପଡ଼ିଛି। ଲଗାଣ ବର୍ଷାରେ ବାସହରା ହୋଇ ଏହି ଅସହାୟ ପରିବାର ମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି।ରହିବା ପାଇଁ ଆଶ୍ରୟ ଖୋଜୁଥିବା ଅସହାୟ ଗରିବ ପରିବାର ମାନଙ୍କୁ ସହଯୋଗର କରିବା ପାଇଁ ଗୁହାରୀ ଜଣାଇଛନ୍ତି।
ଏବେବି ସ୍ୱାଧୀନତାର ୭୩ବର୍ଷ ବିତି ଯାଇଥିଲେ ସୁଦ୍ଧା ଏମାନଙ୍କ ପାଇଁ ଆବାସ ଯୋଜନା ଖଣ୍ଡିଏ ମିଳିପାରିନାହିଁ। ତେବେ ଦେଖାଯାଉ ସରକାର ଏମାନଙ୍କ ପାଇଁ କଣ ବ୍ୟବସ୍ଥା କରୁଛନ୍ତି ନା ବାସହରା କରି ପର ପିଣ୍ଡାରେ ରହିବା ପାଇଁ ଛାଡି ଦେଉଛନ୍ତି।

ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍

Blog Archive

Popular Posts