Breaking News

ପୁରୀ ଜିଲ୍ଲା ନିର୍ମାଣ ଶ୍ରମିକ ସଂଗଠନ ସମନ୍ନୟ ସମିତର ଏକ ଜରୁରୀ ବୈଠକ

 ଡେଲାଙ୍ଗ --- ପୁରୀ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ୱେଲଫେୟା କୋର୍ଡିନେଟରଙ୍କ ମନୋମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଜିଲ୍ଲାର ନିର୍ମାଣ ଶ୍ରମିକ ସଂଗଠନ ମାନଙ୍କର ଏକ ଜରୁରୀ ବୈଠକ ଡେଲାଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶ୍ରମ  ୱେଲଫେୟା କୋର୍ଡିନେଟର ରାକେଶ କୁମାର ସିଂଙ୍କର ମନୋମୁଖୀ କାର୍ଯ୍ୟକଳାପ ଓ ଦୁର୍ନିତୀକୁ ବିରୋଧ କରି ଗତ ୧୯ ତାରିଖରେ ଶ୍ରମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।  ମଣ୍ଡଳ ଶ୍ରମ ଆୟୁକ୍ତ ପୁରୀପ୍ରଦୀପ କୁମାର ମହାପାତ୍ର ୩ ଦିନ ମଧ୍ୟରେ ଦୁର୍ନିତୀ ଖୋର ୱେଲଫେୟାର କୋଡିନେଟର ରାକେଶ କୁମାର ସିଂଙ୍କ ବିରୁଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ବୈଠକରେ ଆଲେଚନା କରାଯାଇଥିଲା । ଆସନ୍ତା ୩୦ ତାରିଖ ମଧ୍ୟରେ ପ୍ରତିଶୃତି ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରା ନଗଲେ ଆସନ୍ତା ୩୦ ତାରିଖରେ ନିର୍ମାଣ ଶ୍ରମିକ ସଂଘ ସମନ୍ନୟ ସମିତି ପୁରୀ ଜିଲ୍ଲା ତରଫରୁ ଶ୍ରମ କମିଶନର ଓଡିଶା ଓ ମଣ୍ଡଳ ଶ୍ରମ ଆୟୁକ୍ତ ପୁରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ । ଏହି ବୈଠକରେ ପୁରୀ ଜିଲ୍ଲାର କାର୍ଯ୍ୟରତ ବିଭିନ୍ନ ଶ୍ରମିକ ସଂଗଠନର ୩୦ରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ଦୁର୍ନିତୀଗସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖାଯିବା ସହ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଶ୍ରମିକ ସଂଗଠନର କର୍ମକତ୍ତା ମାନେ ଚେତାବନୀ ଦେଇଛନ୍ତି । 

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts