Breaking News

ଅତାବିରା ବ୍ଲକ କାର୍ଯ୍ୟାଳୟ ରେ ୬ଜଣ ପଜିଟିବ ଚିହ୍ନଟ, ସଟ୍ ଡାଉନ ଘୋଷଣା


ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ହୁ ହୁ ହେଇ ବଢି ଚାଲିଥିବାବେଳେ ଏବେ ପୁଣି ଗୋଟିଏ ପରେ ଗୋଟିଏ ସରକାରୀ କାର୍ଯ୍ୟାଳୟ ମାନଙ୍କରେ ପଜିଟିବ ଚିହ୍ନଟ ହୋଇ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି । ସେହିପରି ଅତାବିରା ତହସିଲ କାର୍ଯ୍ୟାଳୟରେ  ଜଣେ ପଜିଟିବ ଚିହ୍ନଟ ହୋଇ ତହସିଲ କାର୍ଯ୍ୟାଳୟକୁ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଥିଲା। ଏବେ ପୁଣି ଅତାବିରାବ୍ଲକ କାର୍ଯ୍ୟାଳୟ ରେ ୬ଜଣ ପଜିଟିବ ଚିହ୍ନଟ ହେବା ପରେ ବ୍ଲକ କାର୍ଯ୍ୟାଳୟ କୁ ସଟ୍ ଡାଉନ ଘୋଷଣା କରାଯାଇଥିବା ଜଣାପଡିଛି । ଅତାବିରା ଅଞ୍ଚଳ ତଥା ଅଞ୍ଚଳର ସରକାରୀ କାର୍ଯ୍ୟାଳୟ ମାନଙ୍କରେ ପଜିଟିବ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଭବିଷ୍ୟତରେ ଆହୁରି ଭୟଙ୍କର ରୂପ ନେବାର ଆଶଙ୍କା ରହୁଛି ବୋଲି ଲୋକମାନେ କହନ୍ତି । ଅତାବିରାରେ ୮୨ଜଣ ଆକ୍ରାନ୍ତ ହୋଇଥିବାବେଳେ ୩୫ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକ ବନ୍ଦ ହେବା ପରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।ତେବେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ହୋଇ ପଜିଟିବ ବଢି ଚାଲୁଥିବା ନେଇ ଅତାବିରା ବାସିନ୍ଧା ସତର୍କ ନରହିଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍

Blog Archive

Popular Posts