Breaking News

ଜଟଣୀ -ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ  ପଞ୍ଚାୟତର ପାଣ୍ଡୀଆବିଲି ଏବଂ ବୁଢାଙ୍ଗରା ଗ୍ରାମରେ ବହିଯାଇଥିବା ଦୟାନଦୀର ସଙ୍ଗମ ସ୍ଥଳ ରାଜୁଆ ଏବଂ ଦୟା ଦୁଇଟି ନଈକୂଳରେ ଅବସ୍ଥିତ । ପ୍ରତେକ ବର୍ଷ ବର୍ଷା ଦିନ ଆସିଲେ ଗ୍ରାମବାସୀଙ୍କ ମନରେ ଏକ ଶଙ୍କା ଆସିଥାଏ । ଉପର ମୁଣ୍ଡରେ ବର୍ଷା ହେଲେ ଗାଁ ଦୁଇଟି ସହରରୁ ବିଛନ୍ନ ହୋଇଯାଏ । ଏହି ଦୁଇଟି ଗ୍ରାମରେ ବାସକରୁଥିବା ପାଖାପାଖି ଅଢେଇ ହଜାର ଗ୍ରାମବାସୀ ବସବାସ କରନ୍ତି । ପ୍ରତେକ ଦିନ ଗ୍ରାମବାସୀ ନିଜ ନିଜ କର୍ମକ୍ଷେତ୍ରକୁ ଗୋଟିଏ ମାତ୍ର ଭରସା ମାଟି, ପଥର ବନ୍ଧ ଉପରେ ନିର୍ଭର କରିଥାନ୍ତି । ଯେତେବେଳେ ବର୍ଷାଦିନରେ ନଈରେ ପାଣି  ଆସେ ସେତେବେଳେ ଏହି ବନ୍ଧଟି ପାଣିରେ ଧୋଇହୋଇଯାଏ । ଫଳରେ କାତ ଡ଼ଙ୍ଗା ଏକମାତ୍ର ଭରସା । ଦୁଇଟି ଗ୍ରାମର ସ୍ତ୍ରୀ, ପୁରୁଷ, ବୃଦ୍ଧ, ବୃଦ୍ଧା ସମସ୍ତେ ଦୟନିୟ ଅବସ୍ଥାରେ ପାଣି ଘେରରେ ରୁହନ୍ତି । ଗ୍ରାମବସି କୁହନ୍ତି ଏହି ଦୁଃଖ ଆଜିର ନୁହେଁ ବିଗତ ତିରିଶ, ପଚାଶ ବର୍ଷର । ପ୍ରେତେକ ବର୍ଷ ଏହି ସମୟରେ ନେତା ଆସନ୍ତି ପ୍ରତିଶୁତି ଦିଅନ୍ତି ଚାଲିଯାନ୍ତି । କିନ୍ତୁ ଏହାର ସ୍ଥାୟୀ ସମାଧାନ କିଛି ହୁଏ ନାହିଁ । ଗ୍ରାମବାସୀମାନେ ଏହି ଦୁଃଖ କାହାଣୀ ଅନେକଥର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳେ ନାହିଁ । କେବଳ ଭୋଟ ସମୟରେ ମାଳ ମାଳ ନେତା ଆସନ୍ତି ଗ୍ରାମକୁ ପ୍ରତିଶୁତି ଦେଇ ଚାଲିଯାନ୍ତି । ବର୍ତ୍ତମାନ ସରକାର ଯେଉଁ ବୋଟ ଯୋଗାଇ ଦେଇଥିଲେ ତାହା  ଖରାପ ହୋଇ ପଡିଛି । ଫଳରେ ଗ୍ରାମବାସୀ ମାନଙ୍କ ଉଦ୍ୟମ ଫଳରେ ନିଜ ଖର୍ଚ୍ଚରେ ଏକ କାତ ଡ଼ଙ୍ଗା ନଈରେ ଚାଲିଛି । ଏହି ଡଙ୍ଗାକୁ ଗ୍ରାମବାସୀ ପାଳିକରି ଡ଼ଙ୍ଗା ଚଳାନ୍ତି । ଚାଳକ ଦିନକୁ ଯାହା ଡ଼ଙ୍ଗା ଚଳାଇ ରୋଜଗାର କରେ ସେଥିରୁ ଦୁଇ ତୃତୀଆଂଶ କୋଠଘରେ ଜମାକରେ । ସେହି ପଇସାରେ ଡ଼ଙ୍ଗାର ମରାମତି ହୁଏ । ସେଥିପାଇଁ ମଧ୍ୟ ସରକାରଙ୍କ ଅନୁଦାନ ନାହିଁ । କେବଳ ଭଗବାନହିଁ ଭରସା ।
 ଜଟଣୀରୁ --ରଙ୍ଗନାଥ ବେହେରା

Blog Archive

Popular Posts