ରତ୍ନଚିରା ନଦୀର ଯମୁନାକୁଦ ଠାରେ ଡ୍ରେନେଜ ବିଭାଗ ପକ୍ଷରୁ ସଫେଇ
ସାକ୍ଷୀଗୋପାଳ ---- ସାକ୍ଷୀଗୋପାଳର ସବୁଠାରୁ ବଡ ଡ୍ରେନେଜ ହେଉଛି ରତ୍ନଚିରା । ଏ ବର୍ଷ ଉକ୍ତ ନଦୀରେ କଳକତି ଦଳ ସେଠାରେ ଜମା ହୋଇ ରହିବା ପରେ ପାଣି ନିଷ୍କାସନରେ ବାଧା ସୃଷ୍ଟି କରିଥିଲା । ଯାହାକି ନେଇ ଅନେକ ଥର ଚାଷୀ ମାନେ ଡ୍ରେନେଜ ଓ ଜଳସେଚନ ବିଭାଗରେ ଅଭିଯୋଗ କରିଥିଲେ । ଡ୍ରେନେଜ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଆଶୁତୋଷ ଦାଶ ଓ ନିର୍ବାହୀଯନ୍ତ୍ରୀ ଭଗବାନ ଦାଶ , ଡ୍ରେନେଜ ବିଭାଗର ଉପଖଣ୍ଡ ଅଧିକାରୀ ଦେବେନ୍ଦ୍ର ନାଥ ଷଡଙ୍ଗୀଙ୍କ ସହିତ ଜେଇ ସଞ୍ଜୟ କୁମାର ପଣ୍ଡା ଜମୁନାକୁଦ ଠାରେ ରତ୍ନଚିରା ଡ୍ରେନେଜ ପରିଦର୍ଶନ କରିଥିଲେ । ଏତେ ପରିମାଣର କଳକତି ଦଳ ଭର୍ତ୍ତି ହୋଇଥିବା ଦେଖି ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଦାଶ ତୁରନ୍ତ କଳକତି ଦଳ ସଫେଇ କରିବା ପାଇଁ ନିର୍ବାହୀଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାହୀଯନ୍ତ୍ରୀ ଭଗବାନ ଦାଶଙ୍କ ତତ୍ୱବଧାନରେ ଉପଖଣ୍ଡ ଅଧିକାରୀ ଶ୍ରୀ ଷଡଙ୍ଗୀ ଓ ଜେଇଙ୍କ ଉପସ୍ଥିତିରେ ଜମୁନାକୁଦ ଠାରେ ଅଟକି ଥିବା କଳକତି ଦଳ ସଫେଇ କରାଯାଇଛି । ଯାହା ଫଳରେକି ସତ୍ୟବାଦୀ ଓ ପୁରୀ ସଦରର ବହୁ ଚାଷୀ ଉପକୃତ ହୋଇପାରିବେ ବୋଲି ଉପଖଣ୍ଡ ଅଧିକାରୀ ଶ୍ରୀ ଷଡଙ୍ଗୀ କହିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି